ଓଡିଶାରେ 24 ବର୍ଷ ଶାସନ କରିଥିବା ବିଜେଡି ସରକାରଙ୍କୁ ଧୂଳି ଚଟାଇ ଥିବା ବିଜେପି ସରକାର ଓଡିଶା ବାସୀଙ୍କୁ ଲଣ୍ଠନ ଦେଖାଇ ଭୋଟ ନେଲେ। କିନ୍ତୁ ଏବେ ପ୍ରତିଶୃତି ଦେଇ ଥିବା କଥା କଥାରେ ରହିଗଲା।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ପୁତୁରା ପଂଚାୟତରେ। ମୋହନ ମାଝୀଙ୍କ ନେତୃତ୍ବ ରେ ବିଜେପି ସରକାର ବୟସ୍କ ଏବଂ ଭିନ୍ନକ୍ଷମ ମାନଙ୍କୁ ମାସକୁ ଭତ୍ତା 3 ହଜାର ଟଙ୍କା ଦେବେ କହିଥିଲେ। କିନ୍ତୁ 80 ବର୍ଷ ବୟସ, 80 ଶତକଡା ଭିନ୍ନକ୍ଷମ ମାନଙ୍କୁ 35 ଶହ ଟଙ୍କା ଦେବାର ନିଷ୍ପତିକୁ ହିତାଧିକାରୀ ନାଁ ପସନ୍ଦ କରିଛନ୍ତି । ତାଙ୍କ କହିବା କଥା ଅନ୍ତତହଃ ଏକ ହଜାର ପାଉଥିବା ହିତାଧିକାରୀଙ୍କୁ ୩ ହଜାର ଦିଅନ୍ତୁ ନଚେତ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଡି ଏସ ଓଡିଶା ସଂଗଠନର ସଭାପତି ଏସ ଏସ ଆର ମାନ୍ନା, ଉପ ସଭାପତି ଉପେନ୍ଦ୍ର ସାହୁ, ହରିପଦ ମାନା, ସୁଷ୍ଟିଧର ମାନ୍ନା, ଏବଂ ଅନ୍ୟ ସଦସ୍ୟ ମାନେ ଚେତାବନୀ ଦେଇଛନ୍ତି।