ମହାକୁମ୍ଭ ୨୦୨୫ ଶେଷ ହେବାକୁ ଯାଉଛି। ୧୪୪ ବର୍ଷରେ ଥରଟିଏ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ବୁଡ଼ ପକାଇବାକୁ ଦେଶ ଦୁନିଆର ବିଭିନ୍ନ କୋଣରୁ ଲୋକଙ୍କ ସୁଅ ଛୁଟୁଛି। ଏଥିରେ ବଲିଉଡର ଅନେକ ନାମୀଦାମୀ କଳାକାର ମଧ୍ୟ ପ୍ରୟାଗରାଜ ପହଞ୍ଚି କୁମ୍ଭ ସ୍ନାନ କରିଛନ୍ତି। ଏହି କ୍ରମରେ ସୁପରଷ୍ଟାର ଅକ୍ଷୟ କୁମାର ସୋମବାର ପ୍ରୟାଗରାଜ ପହଞ୍ଚି ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। । ଏହାରି ଭିତରେ ଏବେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ପ୍ରୟାଗରେ ପହଞ୍ଚି ବୁ଼ଡ ପକାଇଛନ୍ତି । ଅଭିନେତା ଭିକି କୌଶଲଙ୍କ ପରେ ତ୍ରିବେଣୀରେ ପହଞ୍ଚିଥିଲେ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ ତାଙ୍କ ମାଆ ଶାଶୂ । ଯାହା ପ୍ରୟାଗରେ ଭିଡକୁ ଆହୁରି ବଢାଇଦେଇଥିଲା ।କିଛିଦିନ ପୂର୍ବରୁ ଫିଲ୍ମ ‘ଛାବା’ ଅଭିନେତା ଭିକି କୌଶଳ ସଙ୍ଗମରେ ସ୍ନାନ କରିବାକୁ ପହଞ୍ଚିଥିଲେ। ଏବେ ତାଙ୍କର ମାଆ ନିଜ ବୋହୂ କ୍ୟାଟ୍ରିନାଙ୍କୁ ନେଇ ତ୍ରିବେଣୀରେ ବୁଡ଼ ପକାଇଛନ୍ତି। ଏନେଇ କ୍ୟାଟ୍ରିନା କହିଥିଲେ କି, ସେ ପୂରା ଦିନ ପ୍ରୟାଗରାଜରେ ରହିବେ। ସେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ପହଞ୍ଚି ସନାତନ ସଂସ୍କୃତିର ପବିତ୍ର ପର୍ବର ସୁଖଦ ଅନୁଭୂତି ପ୍ରାପ୍ତ କରିଛନ୍ତି । ସ୍ୱାମୀଜୀ ତାଙ୍କୁ ଭଗବାନ ଶିବଙ୍କ ମୂର୍ତ୍ତି ଓ ରୁଦ୍ରାକ୍ଷ ଚାରା ଭେଟି ଦେଇଛନ୍ତି । ସେ କହିଛନ୍ତି, ମୁଁ ଖୁବ୍ ଭାଗ୍ୟଶାଳୀ । ଏହା ଅତ୍ୟନ୍ତ ସୁନ୍ଦର ସ୍ଥାନ । ମୁଁ ଏହି ସମୟରେ ସ୍ୱାମୀଜୀଙ୍କ ସହ ଅଛି । ତାଙ୍କ ସହ କଥା ହେଉଛି । ତାଙ୍କର ଆଶୀର୍ବାଦ ନେଉଛି। କ୍ୟାଟ୍ରିନାଙ୍କୁ ଯେତେବେଳେ ପଚରା ଯାଇଥିଲା ଯେ, ମହାକୁମ୍ଭରେ ସବୁଠୁ କଣ ଭଲ ଲାଗିଲା , ସେ କହିଲେ-ମୁଁ ଏବେ ଏଠାକୁ ଆସିଛି ତ ସେଥିପାଇଁ ମୋର ଅନୁଭବ ଏବେ ଆରମ୍ଭ ହେଉଛି। ଏଠାର ଯେଉଁ ଶକ୍ତି ସୌନ୍ଦର୍ଯ୍ୟତା ଅଛି ତାହା ଖୁବ୍ ମହତ୍ତ୍ୱପୂର୍ଣ୍ଣ । ଏବେ ସ୍ୱାମୀଜୀଙ୍କ ସହ ବସିବି ଏବଂ କଥାବାର୍ତ୍ତା କରିବି। ଆଜି ତ ଏହାର ଆରମ୍ଭ , ଏଠାରେ ପୂରାଦିନ ବିତାଇବି।