ଓଡ଼ିଶାରେ ଭୂକମ୍ପ ଝଟକା । ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସମେତ ବାଲେଶ୍ବର ଏବଂ ପାରାଦ୍ବୀପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଉପକୂଳ ଓଡ଼ିଶା ସମେତ କୋଲକାତାରେ ପ୍ରଭାବ ଅନୁଭୂତ ହୋଇଛି । ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ୨ରୁ ୩ ସେକେଣ୍ଡ ଯାଏଁ ପ୍ରଭାବ ଅନୁଭୂତ ହୋଇଥିଲା । ବଙ୍ଗୋପାସାଗରରେ ରହିଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ପୁରୀରୁ ୨୮୬ ଏବଂ ଭୁବନେଶ୍ବରରୁ ୨୯୭ କିମି ଦୂରରେ ଭୂକମ୍ପ କେନ୍ଦ୍ରୀଭୂତ । ସେହିପରି ବ୍ରହ୍ମପୁରରୁ ଠାରୁ 394 କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଓଡ଼ିଶାର ପୂର୍ବ ଉପକୂଳର ୯୧ କିମି ସମୁଦ୍ର ଭିତରେ କେନ୍ଦ୍ରସ୍ଥଳ ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୧ । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।