ରତ୍ନଭଣ୍ଡାର ଗଣତିମଣତି ଡେଡଲାଇନରୁ ବିଳମ୍ବିତ ହେଉଛି କାରଣ ମରାମତି କାମ ସରିନାହିଁ । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ୟ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସୋମବାର ଗଣମାଧ୍ୟମ ପ୍ରତିନିଧିମାନେ ଆଇନ ମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ଗଣତିମଣତି କେବେ ସରିବ ବୋଲି କରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ରତ୍ନଭଣ୍ଡାରର ଯେତିକି ଆକଳନ କରାଯାଇଥିଲା ତା ଠୁ ଅଧିକ ମରାମତି କାମର ଆବଶ୍ୟକତା ରହିଛି। ପୁରା ଆକଳନ ଏପର୍ଯ୍ୟନ୍ତ ହୋଇପାରିନି । ଆଉ ମାସେ କିମ୍ବା ଦୁଇ ମାସ ଲାଗିବ ମରାମତି ପାଇଁ, ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ। ରଥଯାତ୍ରା ପୂର୍ବରୁ ଗଣତି ମଣତିର ପ୍ରକ୍ରିୟା ଶେଷ କରିବୁ।
ଏଥିସହିତ ମନ୍ଦିର ପ୍ରଶାସନ ଏଏସଆଇକୁ, ମରାମତି ପାଇଁ ସମୟ ଦେଉନଥିବାରୁ, ଏତେ ବିଳମ୍ବ ହେଉଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଏହା ଭୁଲ୍ କଥା । ମହାପ୍ରଭୁ ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି କାର୍ଯ୍ୟରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି । ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି