ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରିବାର ସହ ଯାଇ ରାମଲାଲାଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମନ୍ଦିରରେ ଆଳତି କରିବା ସହ ପ୍ରଭୁଙ୍କ ଭବ୍ୟ ଦର୍ଶନ କରି ଖୁସି ପ୍ରକାଶ କରିଛନ୍ତି ମୋହନ ମାଝୀ ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଭୁଙ୍କୁ ଦର୍ଶନ କରିବାର ତାଙ୍କୁ ସୌଭାଗ୍ୟ ମିଳିଛି। ଗତକାଲି ମହାକୁମ୍ଭରେ ବୁଡ଼ ପକାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି। ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାରୁ ବହୁ ଲୋକ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ କରୁଛନ୍ତି। ଏଣୁ ସେମାନଙ୍କ ରହିବା ଲାଗି ଓଡ଼ିଶା ସରକାର ଅତିଥି ଭବନ ନିର୍ମାଣ କରିବେ। ଉତ୍ତର ପ୍ରଦେଶ ସରକାର ଜମି ଯୋଗାଇଦେବା ମାତ୍ରେ ଅତିଥି ଭବନ ନିର୍ମାଣ କାମ ଆରମ୍ଭ ହେବ