ମ୍ୟାଟ୍ରିକ ପରୀକ୍ଷା ଦେବାକୁ ସାଇକେଲରେ ଯାଉଥିବା ତିନି ଜଣ ଛାତ୍ରୀଙ୍କୁ ପିଟିଲା ବାଇକ , ଦୁଇ ଗୁରୁତର । ସୂଚନା ମୁତାବକ ଚାନ୍ଦବାଲି ବାଳିକା ଉଚ୍ଚ ବିଦ୍ୟାଳୟର ତିନି ଜଣ ଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ ଶିବଦୁର୍ଗା ଉଚ୍ଚ ବିଦ୍ୟାଳୟରେ କରାଯାଇଥିବା ପରୀକ୍ଷା କେନ୍ଦ୍ର କୁ ଯାଉଥିଲେ । ଚାନ୍ଦବାଲି ବଡ଼ ବଜାର ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତିନି ଜଣ ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ ଛାତ୍ରୀ ସୀମା ମହାନ୍ତି ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ ,ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ପରୀକ୍ଷା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା ବେଳେ ସେଥି ମଧ୍ୟରୁ ବିନୋଦିନି ଦାସ ପରୀକ୍ଷା କେନ୍ଦ୍ରରେ ଅସୁସ୍ଥତା ଅନୁଭଵ କରିବାରୁ ପୁଣି ତାଙ୍କୁ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଛାତ୍ରୀଙ୍କୁ ଶିକ୍ଷକ ଙ୍କ ସହାୟତା ରେ ଆଣି ମେଡିକାଲ ରେ ଭର୍ତ୍ତି କରିଥିଲେ ପରେ ଅଧିକ ଅସୁସ୍ଥ ହେବାରୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି ।