ଅସରାଏ ବର୍ଷା ରେ ଭାସିଲା ଚୌଦ୍ୱାର ର ଜାତୀୟ ରାଜପଥ। ଅସରାଏ ବର୍ଷା ରେ ଚାଉଳିଆ ପୋଲ ନିକଟରେ ନୂତନ ବ୍ରିଜ ର ଅବସ୍ଥା ହେଲା ଖରାପ। ଉକ୍ତ ପୋଲ ଦେଇ ଯାତାୟାତ କରୁଥିବା ଯାନବାହାନ କୁ ବନ୍ଦ କଲା ଠିକା ସଂସ୍ଥା। ଯାହାକୁ ନେଇ ଚୌଦ୍ବାର ବାସୀ ଙ୍କ ମନରେ ଅସନ୍ତୋଷ କୁହୁଳିଛି। ୫୫ ନମ୍ବର ଜାତୀୟ ରାଜପଥ ମନ୍ଥର ଗତି ରେ କାମ ଚାଲିଥିବା ବେଳେ ଆମେରିକା ଭଳି ରାସ୍ତା ଦେଖିବା କୁ ଦୀର୍ଘ ୭ ବର୍ଷ ରୁ ଉର୍ଧକୁ ହେବ ଚାତକ ଭଳି ଚାହିଁ ରହିଛନ୍ତି ଚୌଦ୍ବାରବସୀ , ହେଲେ ଏପଟେ ଅସରାଏ ବର୍ଷା ରେ ଚୌଦ୍ୱାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ର ଅବସ୍ଥା ଦୟନୀୟ ହୋଇପଡିଲାଣି। ଯାହା କୁ ନେଇ ଚୌଦ୍ୱାର ବାସୀ ଚିନ୍ତା ପ୍ରକଟ କରିଥିବା ବେଳେ ଏହାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଉଛୁ। ତେବେ ଆଗକୁ ବର୍ଷା ଥିବା ରୁ ସେତେବେଳ ଏହି ରାଜପଥ ର ଅବସ୍ଥା କିପରି ରହିବ ଏ ଚିନ୍ତା ରେ ଚୌଦ୍ୱାର ବାସୀ।