ଅଣ୍ଡା ଭୋଜି ହେଲା କାଳ। ଅଣ୍ଡା ଫିଷ୍ଟି କରି ଖାଇ ପି ସାଙ୍ଗ ହୋଇ ଶୋଇଲେ ହେଲେ ରାତି ପହିଲା ବେଳେକୁ ଶୋଇବା ଘରେ ଫ୍ୟାନରେ ପିନ୍ଧା ଧୋତିରେ ଝୁଲୁଛି ଯୁବକଙ୍କ ମୃତଦେହ ? ମୋ ଭାଇକୁ କିଏ ମାରିଦେଇଛି ଏମିତି ଅଭିଯୋଗ ଆଣିଛନ୍ତି ବଡ ଭଉଣୀ ଲିପ୍ସାରାଣୀ। ସୂଚନା ମୁତାବକ କେଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଇଁଥା ପାଳ ଗାଁର ଲିପ୍ସାରାଣୀଙ୍କ ସାନଭାଇ ସୁନୀଲ ଜେନା ଓ ତାଙ୍କର ଚାରିଜଣ ବନ୍ଧୁ ସାଙ୍ଗ ହୋଇ ଗତକାଲି ରାତିରେ ଅଣ୍ଡା ଭୋଜି କରିଥିଲେ ହେଲେ ସେଥିରୁ ଜଣେ ଯୁବକ ଲିପ୍ସାଙ୍କ ବାନ୍ଧବିଙ୍କ ସହିତ ଖରାପ କାର୍ଯ୍ୟ କରିଥିବାରୁ ସାନଭାଇ ସୁନୀଲ ଦେଖିଦେଇ ଥିବାରୁ ଉକ୍ତ ଯୁବକ ଜଣକ ହେମନ୍ତ ଜେନା (ମୁଖ୍ୟ )ଧମକ ଦେଇ କହିଲେ ଯଦି କାହା ଆଗରେ ଏ କଥା କହିବୁ ତୋତେ ଜୀବନରୁ ମାରି ଶେଷ କରିଦେବି ତେଣୁ ସାନ ଭାଇର ମୃତ୍ୟୁକୁ ବଡ ଭଉଣୀ ସହଜରେ ବିଶ୍ୱାସ କରି ହେଉନାହିଁ ବୋଲି ଥାନାରେ ମୋ ଭାଇକୁ ମାରି ଦିଆ ଯାଇଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି।