ପୁଣି ଡ଼ରାଇଲାଣି ଚାଇନା ଭାଇରସ ! ଚୀନରୁ ଆସିଲା ବଡ ବିପଦ ! କୋରାନର ତାଣ୍ଡବକୁ ଭୁଲି ପାରିନାହୁଁ | କିନ୍ତୁ ପୁଣି ଚାଇନା ଭାଇରସ ତାର ରୂପ ଦେଖାଇବା ଆରମ୍ଭ କଲାଣି |ବାଦୁଡ଼ି ଠାରେ ଠାବ ହୋଇଛି ନୂଆ ଭାଇରସ୍ HKU5-COV-2 । ଯାହା COVID -19 ପରି ବିପଦଜନକ ହୋଇପାରେ ବୋଲି କୁହାଯାଉଛି | କୋଭିଡି -19 ଭୂତାଣୁ ଭଳି ଏହା ମଣିଷକୁ ସଂକ୍ରମିତ କରିପାରେ |ଆଞ୍ଜିଓ ଟେନସିନ୍ କନଭର୍ଟିଂ ଏନଜାଇମ୍ ବା ACE2 ରିସେପ୍ଟର ମାଧ୍ୟମରେ ଏହା ମଣିଷ ଶରୀରକୁ ବ୍ୟାପି ପାରିବ ।ତେବେ କରୋନା ଭାଇରସ ବ୍ୟାପିବା ଆରମ୍ଭ ସମୟରେ ବାଦୁଡ଼ି ଠାରୁ ଉତ୍ପତ୍ତି ହୋଇଥିବା ଚର୍ଚ୍ଚା ହୋଇଥିଲା
ପରେ ଚୀନର ଉହାନ ଲ୍ୟାବରୁ ଭାଇରସ୍ ଲିକ୍ ହୋଇଥିବା ସଂଦେହ କରାଯାଇଥିଲା । ଯାହାର ସିଦ୍ଧାନ୍ତ ଆଜି ପର୍ଯ୍ୟନ୍ତ ବାହାରି ପାରିନାହିଁ । ଏହି ଭାଇରସ ମନୁଷ୍ୟ କୋଷ ସହିତ ଲାଗି ରହିବାର କ୍ଷମତା ବିଷୟରେ ବୈଜ୍ଞାନିକମାନେ ଚିନ୍ତା ପ୍ରକାଶ କରିଛନ୍ତି , କିନ୍ତୁ ଏହା କେତେ ଶୀଘ୍ର ମଣିଷଙ୍କ ମଧ୍ୟରେ ବ୍ୟାପି ପରେ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ | ବର୍ତ୍ତମାନ ଏହା ଉପରେ ଅଧିକ ଗବେଷଣା କରିବାର ଆବଶ୍ୟକତା ରହିଛି |