ପୁଣି ଡରାଇଲାଣି ଚୀନ୍ । ଆଉ ଏକ କରୋନା ଭାଇରସକୁ ଠାବ କଲାଣି ଚୀନ । ଯାହା ପୁଣି ମଣିଷ ଜୀବନକୁ ବିପଦରେ ପକାଇପାରେ । ଯେବେ ଯେବେ ଚୀନର ଗବେଷକମାନେ କିଛି ନୂତନ ପରୀକ୍ଷା କରିଛନ୍ତି, ଏହାର ଫଳ ସବୁବେଳେ ବିଶ୍ବ ପାଇଁ ଧ୍ବଂସାତ୍ମକ ହୋଇଛି । ଯେମିତି କୋଭିଡ୍-୧୯ର ଉତ୍ପତ୍ତି । ଆଉ ଏବେ ଚୀନ ଏକ ନୂଆ ବାଦୁଡ଼ି କରୋନାଭାଇରସ୍, HKU5-CoV-2 ଆବିଷ୍କାର କରିଛି, ଯାହା ମଣିଷକୁ ସଂକ୍ରମିତ କରିବାର କ୍ଷମତା ରଖିଛି । କାରଣ ଏହା କୋଭିଡ୍-୧୯ ସୃଷ୍ଟିକାରୀ SARS-CoV-2 ଭାଇରସ୍ ପରି ଥିବା କୋଷ ଭଳି ସମାନ କୋଷ ପୃଷ୍ଠ ବହନ କରୁଛି । ଚାଇନାର ୱୁହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୁତାଣୁକୁ ଠାବ କରିଛନ୍ତି। ଏହି ନୂଆ ଭୁତାଣୁ ଆଗକୁ ମାନବ ସ୍ୱାସ୍ଥ୍ୟ ପାଇଁ ଏକ ନୂଆ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି।କିନ୍ତୁ ଗବେଷକ ଆଉ ଏକ ଆଶ୍ବସ୍ତିକର ମନ୍ତବ୍ୟ ଦେଇ କହିଛନ୍ତି, ଯେ ଏହି ସଂକ୍ରମଣ, କୌଣସି ପଶୁପକ୍ଷୀରୁ ମଣିଷକୁ ସଂକ୍ରମିତ ହେବାର ସମ୍ଭାବ୍ୟ କମ୍ ରହିଛି । ମଣିଷ ଶରୀରରେ SARS-CoV-2 ଅପେକ୍ଷା, HKU5-CoV-ସଂକ୍ରମଣ ହେବାରେ କମ୍ ବିପଦ ସୃଷ୍ଟି କରିପାରେ । ଏନେଇ କୌଣସି ଅଧିକ ତଦନ୍ତ କରାଯାଇନାହିଁ । ଗବେଷକଙ୍କ କହିବାନୁଯାୟୀ, ଯଦି ସକ୍ରିୟ ଭାବେ ଶହ ଶହ କରୋନାଭାଇରସ୍ ରହିଥିବେ, ସେମାନଙ୍କ ମଧ୍ୟରୁ କେବଳ କିଛି ହିଁ ମଣିଷକୁ ସଂକ୍ରମିତ କରିପାରିବେ ।