ଆଉ ମାତ୍ର ଦିନ କେଇଟା ପରେ ଅନୁଷ୍ଠିତ ହେବ ଜାଗର ଯାତ୍ରା l ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ର ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ଙ୍କ ଧାମ କୁ ଛୁଟିବ ଲକ୍ଷାଧିକ ଭକ୍ତ ଙ୍କର ସୁଅ l ହେଲେ ବାବା ଙ୍କ ପୀଠ କୁ ଉଭୟ ଭଦ୍ରକ ଏବଂ ଚାନ୍ଦବାଲି ପଟୁ ସଂଯୋଗ କରୁଥିବା ରାସ୍ତା ର ଅବସ୍ଥା ଏବେ ପୁରା ବେହାଲ l ସ୍ଥାନୀୟ ଚାନ୍ଦବାଲି ଅଞ୍ଚଳରେ ଜଳ ଯୋଗାଣ ପାଇଁ କାର୍ଯ୍ୟ କରୁଥିବା ମେଗା କମ୍ପାନୀ ରାସ୍ତା କଡରେ ପାଇପ ବିଛାଉଥିବା ବେଳେ ରାସ୍ତାରେ ସୃଷ୍ଟି ହୋଇଛି ବଡ଼ ବଡ଼ ଖାଲ l ରାସ୍ତାର ବିଭିନ୍ନ ସ୍ଥାନରେ ମେଗା କମ୍ପାନୀର ବଡ଼ ବଡ଼ ପାଇପ ପଡି ରହିଥିବା ବେଳେ ରାସ୍ତା ଉପରେ ବାଲି, ଗୋଡି କିଛି ସ୍ଥାନରେ ଗଛିତ ଥିବାରୁ ଯାତାୟତ ରେ ବାଧାପ୍ରାପ୍ତ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l ତେବେ ଜାଗର ଯାତ୍ରା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବୀ କରିଛନ୍ତି l