ମୟୂରଭଞ୍ଜ ଜିଲ୍ଲାର ଵହଳଦା ବଜାରରେ ୫ ଜଣ ଅଜ୍ଞାତ ଯୁବକ ଗ୍ରାହକ ହିସାବରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ପଶି ବ୍ୟାଙ୍କ ମେନେଜର ବୈଦ୍ୟନାଥ ହେମ୍ବ୍ରମ ଏବଂ କର୍ମଚାରୀ ସନ୍ତୋଷ ମହାନ୍ତଙ୍କୁ ଵଂଧୁକରେ ଆକ୍ରମଣ କରିବା ସହ ବ୍ୟାଙ୍କ ଭିତରେ ୧୭/୧୮ ଜଣ ଗ୍ରାହକଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କା,ସିସିକେମେରାର ହାର୍ଡ ଡିସ୍କ ନେଇ ବ୍ୟାଙ୍କ ବାହାର ପଟୁ ତାଲା ମାରି ଖସି ପଳାଇ ଯାଇଥିବା ଅଭିଯୋଗ ହୋଇଛି । ଵହଳଦା ଵଜାର ଗହଳି ସମୟରେ ଏଭଳି ଡକାୟତି କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ଭୟଭୀତ କରାଇଛି ।ଖବର ପାଇ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଯେନା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଓ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଆହତ ବ୍ୟାଙ୍କ ମେନେଜର ଏବଂ କର୍ମଚାରୀ ଓ ଗ୍ରାହକଙ୍କୁ ଉଦ୍ଧାର କରିବା ସହ ଆହତ ଦୁଇ କର୍ମଚାରୀ ଵହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ଵ୍ଯାଙ୍କ ଭିତରକୁ ନେଇ ତଦନ୍ତ ଜାରି କରିଛି ସମସ୍ତ ସୀମାକୁ ସିଲ କରିବା ସହ ସମସ୍ତ ଥାନାକୁ ସୂଚନା ଦିଆଯାଇଛି । ଝାଡ଼ଖଣ୍ଡ ସୀମା ମାତ୍ର ୧୦/୧୨ କିମି ଦୂର ହୋଇଥିବାରୁ ଲୁଟେରା ଦଳ ଝାଡ଼ଖଣ୍ଡ ରାଜ୍ୟକୁ ଖସି ଯାଇ ପାରିଥାନ୍ତି । ପଡୋଶୀ ରାଜ୍ୟ ଥାନାକୁ ମଧ୍ୟ ସୂଚନା ଦିଆଯାଇଛି । ବ୍ୟାଙ୍କ ଭିତରେ ୩ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଥିଲେ ।ଵହଳଦା ବଜାର ସମେତ ଆଖପାଖ ବଜାର ଓ ଘରେ ଲାଗିଥିବା ସିସି କେମେରା ଯାଞ୍ଚ କରାଯାଉଛି । ଦୁବୃର୍ତ୍ତ ମାନେ ହିନ୍ଦି ଭାଷାରେ କଥାବାର୍ତ୍ତା କରୁଥିଲେ ।ଆଗରୁ ମଧ୍ୟ ବ୍ୟାଙ୍କ ସାମ୍ନାରେ ଗ୍ରାହକଙ୍କ ଅଜ୍ଞାତ ଲୁଟେରା ଙ୍କ ଦ୍ଵାରା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଵାମନଘାଟୀ ଉପଖଣ୍ଡ, ରାଇରଙ୍ଗପୁର ଏବଂ ପଞ୍ଚପୀଢ ଉପଖଣ୍ଡ,କରଂଜିଆ ର ବ୍ୟାଙ୍କ ଓ ଏଟିଏମ୍ ଏବଂ ଫାଇନାନ୍ସ ସଂସ୍ଥା ଓ କର୍ମଚାରୀ ଗୁଡିକ ଉପରେ ଝାଡ଼ଖଣ୍ଡ ଲୁଟେରା ଙ୍କ ଟାର୍ଗେଟ ସବୁବେଳେ ରହୁଛି । ଅଧିକାଂଶ ଲୁଟେରା ଝାଡ଼ଖଣ୍ଡ ରୁ ଲୁଟେରା ଦଳଆସି ସଙ୍ଗେ ସଙ୍ଗେ ଛିନତାଇ,ଲୁଟେରା,ଡକାୟତି କରି ବାଇକ୍ ଯୋଗେ ଖସି ପଳାଉଛନ୍ତି ।