ଗୁଣି ଗାରେଡ଼ି ସନ୍ଦେହ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ଜୀବନ ଗଲା ୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କିତାବେଡା ଗ୍ରାମର ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କୁ ସୋମବାର ରାତିରେ ଡାହାଣି ସନ୍ଦେହରେ ଦୃର୍ବୁତ୍ତ ହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ସୋମବାର ସନ୍ଧ୍ୟା ୭/୮ ଟା ସମୟରେ ଖଡମବେଡା ପଞ୍ଚାୟତ କିତାବେଡା ଡୁଙ୍ଗରି ସାହିରେ ୪୮ ବର୍ଷିୟ ଦେବେନ୍ଦ୍ର ନାଏକ ଗତକାଲି ସନ୍ଧ୍ୟା ସମୟରେ ବିଲାତି ବଗିଚାରେ ପାଣି ମଡାଉଥିବା ସମୟରେ ପୂର୍ବରୁ ଡାହିଣି ସନ୍ଦେହରେ ରାଗ ରଖିଥିବା ସେହି ସାହିର ୨୫ ବର୍ଷିୟ ଅଜୟ ନାଏକ ଦେବେନ୍ଦ୍ର ନାଏକ ଙ୍କୁ ପଛ ପଟୁ ବୁଡିଆ ରେ ଚୋଟ ମାରି ଦେଇ ଘର ଭିତରକୁ ପ୍ରବେଶ କରିଥିଲା, ଏବଂ ସେହି ସମୟରେ ଘର ଭିତରେ ପୁଅ ବୋହୁ ସୁମିତ୍ରା ନାଏକ ଓ ତାର ଏକ ଦୁଇ ବର୍ଷର ଶିଶୁ କନ୍ୟା ଏବଂ ସ୍ତ୍ରୀ ୪୫ ବର୍ଷିୟା ଚମ୍ପା ନାଏକ ଶୋଇବା ଅବସ୍ଥାରେ ଥିଲେ। ଯେତେ ବେଳେ ଘର ଭିତରକୁ ଅଜୟ ନାଏକ ପ୍ରବେଶ କଲା ସେହି ସମୟରେ ଘର ଭିତରୁ ପୁଅ ବୋହୁ ସୁମିତ୍ରା ଦୁଇ ବର୍ଷର ଏକ ଶିଶୁ କନ୍ୟା କୁ ଛାଡ଼ି ଭୟରେ ଦୌଡ଼ି ପଳାଇ ଥିଲା। ପରେ ଆସି ଘରେ ଦେଖିଲା ବେଳେକୁ ବିଲାତି ବଗିଚାରେ ଶଶୁର ଓ ଘର ଭିତରେ ଶାଶୁଙ୍କୁ ଅଜୟ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତେବେ ଶିଶୁ କନ୍ୟା ର କୌଣସି ଆଘାତ କରି ନ ଥିଲା।ତେବେ ଆଜି ସକାଳୁ ତା ସାନ ପୁଅ ରାବେନ୍ଦ୍ର ନାଏକ ଘରକୁ ଆସି ବାପା ମା ର ମୃତ ଦେଖି ବିଶୋଇ ଥାନା କୁ ଫୋନ୍ ଯୋଗେ ଜଣାଇଥିଲା।ଖବର ପାଇ ଆଜି ଘଟଣାସ୍ଥଳରେ ପୋଲିସ ଟିମ୍ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଫେରାର ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛିା