ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି | ବିଶେଷ କରି ଉତ୍ତର ଓଡିଶା ଓ ଏହାର ପାଶ୍ୱବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ଅଛି | ୧୫ ଟି ଜିଲ୍ଲାରେ ଅଳ୍ପ କେତକ ସ୍ଥାନରେ ବର୍ଷା ସମ୍ଭାବନା ଅଛି |୭ ଟି ଜିଲ୍ଲାରେ ସ୍ଥାନେ ସ୍ଥାନେ ହୋଇପାରେ ବର୍ଷା ଏଥି ପାଇଁ
ପାଣିପାଗ ବିଭାଗ ସତର୍କ କରାଇଛି | ଗତକାଲି କଟକ,ଯାଜପୁର,କେନ୍ଦୁଝର ଆଦି ଜିଲ୍ଲାରେ ବର୍ଷା ହୋଇଥିଲା | ବର୍ଷା ସହ ଜୋରସୋର ପବନ ହୋଇଥିଲା | ଆସନ୍ତା ୨୩ ତାରିଖ ଯାଏଁ ରାଜ୍ୟରେ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି |