ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଚାଲନ୍ତି ଗ୍ରାମରେ ବାବା ସୁବର୍ଣ୍ଣେଶ୍ୱରଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ବିରାଟ କଳସ ଶୋଭା ଯାତ୍ରା ଓ ହୋମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ରାଜଘାଟ ସ୍ଥିତ ବାରୁଣୀ ଘାଟରୁ ବୁଡ଼ ପକାଇ ଏକ ବିରାଟ ପଟୁଆରରେ ଘଣ୍ଟ ଝାଲି ମୃଦଙ୍ଗ ର ତାଳେ ତାଳେ କଳସ ଶୋଭା ଯାତ୍ରାରେ ସାମିଲ ହୋଇ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ l ଉକ୍ତ ଅଞ୍ଚଳ ଏକ ଭକ୍ତିମୟ ପରିବେଶମୟ ହୋଇଥିଲା l ଉକ୍ତ କାର୍ଯକ୍ରମକୁ ଗ୍ରାମର ସଭାପତି ହରିଶ ଚନ୍ଦ୍ର ଜେନା, ଉପସଭାପତି ଅଜୟ ଜେନା, ସମ୍ପାଦକ ଭଗିରଥ ଦଳାଇ, ସହ ସମ୍ପାଦକ ମନୋରଞ୍ଜନ ଜେନା ଓ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।