ମୟୂରଭଞ୍ଜ ଅନ୍ତର୍ଗତ ଧନପୁର ସଦର ଥାନାରେ ଜଣେ ମହିଳା ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳାଙ୍କୁ ଉଦ୍ଧାର କରାଯିବା ନିମନ୍ତେ ଜଣେ ବ୍ୟକ୍ତି ତୁରନ୍ତ ୧୧୨ କୁ ଫୋନ କରି ସହାୟତା ଲୋଡ଼ିଥିଲେ। ERSS କର୍ତ୍ତୃପକ୍ଷ ତୁରନ୍ତ ନିକଟସ୍ଥ ଥାନା ଏବଂ ଜରୁରୀ କାଳୀନ ସହାୟତା ଯାନକୁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିଵା ସହ ତାଙ୍କ ସ୍ୱାମୀଙ୍କୁ ହସ୍ତାନ୍ତର କରିଥିଲେ। ।