ଭୁବନେଶ୍ବର ଏମ୍ସରେ ସିବିଆଇର ରେଡ୍ । ରିକ୍ୟୁରମେଣ୍ଟ ସ୍କାମ୍ ନେଇ ରେଡ୍ କରୁଛି ସିବିଆଇ । ସ୍କାମର ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ୭୭୫ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ନେଇ ପ୍ରମାଣ ମିଳିଛି । ତେବେ ରେଡ୍ ବେଳେ ବହୁ କାଗଜପତ୍ର ଜବତ କରିଛି ସିବିଆଇ । ଏମ୍ସରେ ଜାଲ କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ଚଢଉ କରିଛି ସିବିଆଇ ଟିମ୍। ଚଢଉ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ କାଗଜପତ୍ର ସିବିଆଇ ହାତରେ ଲାଗିଛି। ହେଲେ କିଏ ଦେଇଥିଲା ଏ ନିଯୁକ୍ତି , କେତେଜଣ ଜାଲ କାଗଜପତ୍ର ଦେଖି ନିଯୁକ୍ତି ପାଇଛନ୍ତି ସେ ନେଇ ଖୋଳତାଡ କରୁଛି ସିବିଆଇ । ୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ଏମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ଜରିଆରେ ନିଯୁକ୍ତି ଦେଇଥିଲା । କିନ୍ତୁ ପରେ ନିଜେ ଏମ୍ସ ନିଯୁକ୍ତି ବ୍ୟବସ୍ଥା କରିଥିଲା । ହେଲେ ପୂର୍ବରୁ ୫ଜଣ କଣ୍ଟ୍ରାକ୍ୟ ବେସିସରେ କାମ କରୁଥିବାବେଳେ ପରେ ଜାଲ ସାର୍ଟିଫିକେଟ ଦେଖାଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।