ଅଶାନ୍ତ ଘଣ୍ଟେଶ୍ୱର ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ପାଇଁ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘ ଫେବୃଆରୀ ୧୬ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲା । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରାସାରିତ ହେବା ପରେ ଗୁଣ୍ଡାଗର୍ଦ୍ଦିରେ ସମ୍ପୃକ୍ତ ଶାସକ ଦଳର କିଛି ଯୁବକ ପ୍ରତିଶୋଧ ପରାୟଣ ହୋଇ ଗତକାଲି ରାତିରେ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘ ସଭାପତି ଅଞ୍ଜନ କୁମାର ଦାସ ଓ ତାଙ୍କ ପୁତୁରା ବନ୍ଦନ କୁମାର ଦାସ ଙ୍କୁ ବାଉଁଶ ବାଡି ଓ କୋଦାଳ ବେଣ୍ଟ ରେ ଆକ୍ରମଣ କରିଥିଲେ ।ଗୁରୁତର ଆହତ ବନ୍ଦନ କୁମାର ଦାସ ଏବେ ଭଦ୍ରକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମହାସଂଘ ସଭାପତି ଅଞ୍ଜନ ନିକଟସ୍ଥ ବାଂଶଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ । ଏହି ଆକ୍ରମଣ ସଂପର୍କରେ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘ ସଭାପତି ଅଞ୍ଜନ କୁମାର ଦାସ ବାଂଶଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ।