କେରଳ ମଲପ୍ପୁରମରେ ଭୟଙ୍କର ଅଘଟଣ ଘଟିଛି । ଫୁଟବଲ ଟୁର୍ଣ୍ଣାମେଣ୍ଟ ବେଳେ ଫୁଟିଲା ବାଣ । ଜଳିଗଲେ ପାଖାପାଖି ୩୦ ଜଣ । ଆଜ୍ଞା ହଁ, ଟିକେ ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ଅନିୟନ୍ତ୍ରିତ ହୋଇ ଦର୍ଶକ ବସୁଥିବା ଗ୍ୟାଲେରୀରେ ବାଣ ପଡିଗଲା । ଫଳରେ ପାଖାପାଖି ୩୦ ଜଣ ଦର୍ଶକ ଜଳିଗଲେ । ସୂଚନା ମୁତାବକ, ଟୁ୍ର୍ଣାମେଣ୍ଟର ଉଦଯାପନୀ ସମୟରେ ଆତସବାଦୀ ହୋଇଥିଲା। ହେଲେ ବାଣରେ ନିଆଁ ଲାଗିବାମାତ୍ରେ ତାହା ଦର୍ଶକଙ୍କ ଗ୍ୟାଲେରୀ ଆଡକୁ ମାଡିଯାଇଥିଲା। ଫଳରେ ଦର୍ଶକ ବାଣ ନିଆଁରେ ପୋଡିଯାଇଥିଲେ। ଏବଂ ଅନ୍ୟ ଦର୍ଶକମାନେ ବିକଳରେ ଦୌଡିବାକୁ ଯାଇଥିଲେ। ଏସବୁ ଭିତରେ ଦଳଚକଟାରେ ବି କିଛି ଦର୍ଶକ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୧୬ ବର୍ଷର ପୁଅ ଅଙ୍କନର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଦର୍ଶକଙ୍କ ଅବସ୍ଥା ଗୁରୁତର ରହିଛି।