ଏବେ ବି ଯୋଗ୍ୟ ହିତାଧିକାରୀ ପାଇପାରିନାହାନ୍ତି ସୁଭଦ୍ରା ଟଙ୍କା । ସୁଭଦ୍ରା ଟଙ୍କା ବାଣ୍ଟିବାରେ ଫେଲ୍ ମାରିଛନ୍ତି ମୋହନ । ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ଆଦିବାସୀ ବର୍ଗଙ୍କୁ ଭୁଲି ଯାଇଛନ୍ତି ମୋହନ । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାମଚନ୍ଦ୍ର କାଡାମ । ସୁଭଦ୍ରା ଯୋଜନାରେ ସବୁ ମହିଳା ପାଉନାହାନ୍ତି ସହାୟତା । କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି । ସୁଭଦ୍ରା ଠାରୁ ଭତ୍ତା ଯାଏ କିଛି ପାଉନାହାନ୍ତି କୋଟିଆ ଲୋକ । ଏମାନେ କଣ ଓଡ଼ିଶାର ଲୋକ ନୁହନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଆମେ ଆଜି ଅସୁରକ୍ଷିତ ମନେ କରୁଛୁ । ରାଜ୍ୟ ସରକାର ଲୋକଙ୍କୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ କରୁଛନ୍ତି । ୨୦୦୯ରେ ପୂର୍ବ ସରକାର ସମସ୍ତଙ୍କୁ ଘର ଯୋଗାଇବା ସହ ଯୋଜନା ପହଞ୍ଚାଉଛନ୍ତି । ହେଲେ ଏବର ସରକାର ସବୁ ଭୁଲି ଗଲେ । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ । ହେଲେ ଆଦିବାସୀମାନେ ରାଜ୍ୟରେ ଅବହେଳିତ । ମୁଖ୍ୟମନ୍ତ୍ରୀ ଆଜି ଯାଏ କୋଟିଆ ଗଲେ ନାହିଁ । ଆମେ ବାରମ୍ୱାର ନିମନ୍ତ୍ରଣ କରୁଛୁ । ହେଲେ ରାଜସ୍ବ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେବେ ବି କୋଟିଆ ଗଲେ ନାହିଁ । ଏହା କଣ ଓଡ଼ିଆ ଅସ୍ମିତାକୁ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର । ତେବେ ନିଜେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଆଦିବାସୀଙ୍କ ଦୁଃଖ ନ ବୁଝିବା ଏକ ଲଜ୍ଜା ଜନକ ଘଟଣା ବୋଲି କହି ନିନ୍ଦା କରିଛନ୍ତି କଂଗ୍ରେସ ନେତା । ସେପଟେ ବଣ ପର୍ବତ ଘେରରେ ଥିବା କୋଟିଆ ଅଞ୍ଚଳର ଆଦିବାସୀ ହିତାଧିକାରୀ ଟଙ୍କା ପାଇବା ତ ଦୂରର କଥା ସୁଭଦ୍ରା ଯୋଜନା ଉପରେ ଯେ ଅବଗତ ଥିବେ ସେ ନେଇ ମଧ୍ୟ ସନ୍ଦେହ ଉପୁଜିଛି । ତେବେ ସୁଭଦ୍ରା ଯୋଜନା ପ୍ରତି କୋଣରେ ହିତାଧିକାରୀଙ୍କୁ ଖୋଜି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ସରକାର ଦେଇଥିବା ପ୍ରତିସ୍ରୁତି କେତେ ଦୂର ପାଳନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।