ଆସନ୍ତାକାଲି ୧୯ ତାରିଖ ବୁଧବାର ଫାଲ୍ଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଅନୁଷ୍ଠିତ ହେବ ବନକଲାଗି ନୀତି | ୫ ଟା ରୁ ରାତି ୧୦ଟା ପଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ | ତେବେ ବନକ ଲାଗି ନୀତି ଶେଷ ହେବ ପରେ ପୁଣି ଜାଗା ଦର୍ଶନ କରିପାରିବେ ଶ୍ରଦ୍ଧାଳୁ |
ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସାଶନ ପକ୍ଷରୁ ସୂଚନା ଜାରି କରାଯାଇଛି |
ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୫ ଟା ବେଳେ ଶ୍ରୀଜିଉଙ୍କ ଗୁପ୍ତ ନୀତି ଅନୁଷ୍ଠିତ ହେବ | ଯାହା ରାତି ୧୦ଟା ରେ ଶେଷ ହେବ | ଯେଉଁଥି ପାଇଁ ୫ ଘଣ୍ଟା ସର୍ବସାଧାରଣ ପାଇଁ ବନ୍ଦ ରହିବ ଜାଗା ଦର୍ଶନ |