ଦାର୍ଘ ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ସୁର । କିନ୍ତୁ ତଥାପି ସେ ଥିଲେ କଂଗ୍ରେସର ସଦସ୍ୟ । ଦଳରେ ନଥାଇ ମଧ୍ୟ ଦଳର ପ୍ରଶଂସା କରିବାକୁ ଭୁଲୁନଥିଲେ ଏହି ବରିଷ୍ଠ ନେତା । ମୁଁ କଂଗ୍ରେସ ପାଇଁ ବଞ୍ଚିଛି କଂଗ୍ରେସରେ ରହି ମରିବି ବୋଲି ଦୃଢ ସ୍ବରରେ କହୁଥିଲେ । ତେବେ ସେହି ସୁରଙ୍କର ପୁଣଇ ହୋଇଛି ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ । କଂଗ୍ରେସରେ ସାମିଲ ହେଲେ । ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି ଏହି ବରିଷ୍ଠ ନେତା । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। କିନ୍ତୁ ଭକ୍ତ ଦାସ ଓଡିଶାର କଂଗ୍ରେସର ଦାୟିତ୍ବ ସମ୍ଭାଳିବା ପରେ କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିଷ୍ପତ୍ତି ପରେ କଂଗ୍ରେସ ଭବନରେ ଖୁସିର ଲହରି ଖେଳିଯାଇଛି । ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ହୋଇଛନ୍ତି ସେମାନଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରାଯିବା କଂଗ୍ରେସକୁ ବଳ ଯୋଗାଇଛି । ଏହାସହ ଯେଉଁମାନେ କୌଣସି କାରଣରୁ ଦଳ ଛାଡ଼ିଛନ୍ତି ସେମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିଆସିବାକୁ ନିବେଦନ କରିଛନ୍ତି ଭକ୍ତ । ପୂର୍ବରୁ ସୁର ୬ଥର ଜଟଣୀରୁ ବିଧାୟକ ହୋଇଥିବା ବେଳେ ବହୁ ଥର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ବର୍ତ୍ତମାନ ତାଙ୍କ ଘର ବାହୁଡାକୁ ନେଇ ସୁରଙ୍କ ପ୍ରଶସଂକମାନେ ଉତ୍ସହ ମନାଇଛନ୍ତି