ରାଜ୍ୟରେ ପାରଦ ଉପରମୁଁହା ହେଉଥିବା ବେଳେ ଆସନ୍ତା ୧୯ରୁ ୨୧ ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି | ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର | ଆସନ୍ତା ୧୯ ରୁ ୨୧ ମଧ୍ୟରେ ୯ ଟି ଜିଲ୍ଲାରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ | ଜଗତସିଂହପୁର, କେନ୍ଦ୍ରାପଡା,ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଢେ଼ଙ୍କନାଳ , କେନ୍ଦୁଝର, ଓ ମୟୁରଭଞ୍ଜରେ ବର୍ଷା ହେବାର ସମ୍ଭାବନା ରହିଛି |
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସର୍ବୋଚ୍ଚ ତାପମାତ୍ରା ଅନୁଗୋଳରେ ୩୫.୯ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ୫ ଟି ସହରରେ ପରଦା ୩୫ ଡିଗ୍ରୀ ବା ତା ଠାରୁ ଅଧିକ ରହିଥିଲା | ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ବସ୍ତି ମିଳିବ | ଆଉ ୧୯ ତାରିଖ ଯାଏଁ ପାଗ ଅପରିବର୍ତ୍ତିତ ରହିବ |