ଓଡ଼ିଶାର ମୋଟ ୫୫୨ଟି ସରକାରୀ ସ୍କୁଲରେ ଛାତ୍ରୀଙ୍କ ପାଇଁ ନାହିଁ ଶୌଚାଳୟର ସୁବିଧା | ଏନେଇ ଗଣଶିକ୍ଷା ,ମନ୍ତ୍ରୀ ନିତ୍ୟାନନ୍ଦ
ଗଣ୍ଡ ଶୁକ୍ରବାର ବିଧାନସଭରାରେ ସୂଚନା ଦେଇଛନ୍ତି | ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୪୧୨ଟି ପ୍ରାଥମିକ ବିଦ୍ୟାଳୟ, ୧୧୫ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ୨୫ଟି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ପୃଥକ ଶୌଚାଳୟ ସୁବିଧା ନାହିଁ |
ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ଗଣ୍ଡ କହିଛନ୍ତି ଯେ , ସମଗ୍ର ଶିକ୍ଷା ଅଭିଯାନ
କେନ୍ଦ୍ର ସରକାରଙ୍କୁ ପ୍ରକଳ୍ପ ଅନୁମୋଦନ ବୋର୍ଡ଼ ମାଧ୍ୟମରେ ବାଳିକାମାନଙ୍କ ପାଇଁ ପୃଥକ ଶୌଚାଳୟ ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଏ | ଏହା ସହିତ ସରକାର ସ୍କୁଲଗୁଡିକୁ ssa ଅଧୀନରେ ପ୍ରଦାନ କରାଯାଇଥିବା ଅନୁଦାନକୁ ବ୍ୟବହାର କରି
ଶୌଚାଳୟଗୁଡିକରେ ପରିସ୍କାର ପରିଛନ୍ନତା ବଜାୟ ରଖିବା ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହାର ପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦେଶ ଦେଇଛନ୍ତି |