ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ପୋଲିସ ଫାଣ୍ଡି ଠାରୁ ମାତ୍ର ୫୦୦ମିଟର ଦୂରରେ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ବ୍ୟବସାୟୀଙ୍କୁ ଠାରୁ ଲୁଟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ବାଂଶଡା ଥାନା ଅଧିନ ଘଣ୍ଟେଶ୍ୱର ବଜାରରେ । ଗତକାଲି ରାତିରେ ସୁନା ବ୍ୟବସାୟୀ ସୁରେନ୍ଦ୍ର ବିଶ୍ବାଳ ସବୁଦିନ ପରି ନିଜ ଦୋକାନ ବନ୍ଦ କରି ଏକ ବ୍ୟାଗରେ ଲକ୍ଷାଧିକ ଟଙ୍କାର ସୁନା ,ରୂପା ଓ ନଗତ ୫ଲକ୍ଷ ଟଙ୍କା ନେଇ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ଗୋଟିଏ ବାଇକରେ ହେଲମେଟ ପିନ୍ଧିଥିବା ଦୁଇ ଅଜଣା ଯୁବକ ତାଙ୍କ ଠାରୁ ସେହି ବ୍ୟାଗଟିକୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ ମାତ୍ର ସୁରେନ୍ଦ୍ର ଏଥିରେ ବଧାଦେବାରୁ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ରକ୍ତାକ୍ତ କରିବା ସହ ବ୍ୟାଗକୁ ଝାମ୍ପି ଚମ୍ପଟ ମାରିଥିଲେ । ସ୍ଥାନୀୟ ଲୋକେ ଗୁରୁତର ଆହତ ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ଖବର ପାଇ ବାଂଶଡା ପୋଲିସ ଓ ଘଣ୍ଟେଶ୍ୱର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୋୖଣସି ସନ୍ଧାନ ପାଇବାରେ ସକ୍ଷମ ହୋଇନାହାନ୍ତି lଫାଣ୍ଡି ନିକଟରୁ ସୁନା ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା