ଚାଲିଛି ବେଧଡକ ଗଛ କଟା। ପଶ୍ଚିମବଙ୍ଗକୁ ହେଉଛି ଚୋରା ଚାଲାଣ।ନିଦା ବିଷ୍ଣୁ ପାଲଟିଛି ବନ ବିଭାଗର ଅଧିକାରୀ।
ଏବେ ଠୁ ବଢ଼ିଲାଣି ତାତି। ଆଗକୁ ପ୍ରବଳ ଗ୍ରୀଷ୍ମ ବଢିବା ନେଇ ଆଶଙ୍ଖା କରାଯାଉଥିବା ବେଳେ ଚାଲିଛି ବେଧଡ଼କ ଗଛ କଟା। କିନ୍ତୁ ଜାଣି ଶୁଣି ଚୁପ ବସିଛିକୀ ବନ ବିଭାଗ ।ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ରେଞ୍ଜରେ ବାଲିଆପାଳ ବ୍ଲକ ଅଞ୍ଚଳରେ ଏବେ ସକ୍ରିୟ ହୋଇ ପଡିଛନ୍ତି କାଠ ମାଫିଆ । ଦିନ ଦ୍ବିପ୍ରହରରେ ସଂରକ୍ଷିତ ଜଙ୍ଗଲ ହେଉ କି ଗ୍ରାମ୍ୟ ଜଙ୍ଗଲ କିମ୍ୱା ବ୍ୟକ୍ତିଗତ ମାଲିକାନାରେ ଥିବା ଜଙ୍ଗଲରେ ବେଧଡ଼କ ଭାବରେ କାଟି ଚାଲିଛନ୍ତି ମୂଲ୍ୟବାନ ଗଛ। ଡଗରା, ଯମୁନା ଶୁଳ କସାଫଳ, ଲଙ୍ଗଳେଶ୍ୱର, ବଣିଆଡିହା, ଜଳେଶ୍ୱରପୁର ଦେଇ ଚାଲାଣ ହେଉଛି ଶହ ଶହ କାଠ ଗାଡି।
ଖାଲି ସେତିକି ନୁହେଁ କାଠ ମାଫିଆ ମାନେ ସମୁଦ୍ର ପାଖରେ ଥିବା ଝାଉଁ ଗଛ, ପଟାସ ଗଛ ଆକାଶି ଗଛ ଓ ବହୁତ ମୂଲ୍ୟବାନ ଗଛ ବେଧଡ଼କ କଟାଯାଉଛି
ତେବେ କିପରି ଏତେ ବଡ ବଡ଼ ଗଛ କାଟି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରୁଛନ୍ତି କାଠ ମାଫିଆ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହାକୁ ନେଇ ବନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଙ୍ଗୁଳି ଉଠିଛି।ତେବେ ପ୍ରତ୍ୟେକ ଦିନ ଶତାଧିକ ତାଳ,ଜାମୁକୋଳି, ଝାଉଁ, ଆମ୍ବ ଆଦି ମୂଲ୍ୟବାନ ଗଛ କଟା ହୋଇ ପଶ୍ଚିମବଙ୍ଗକୁ ଦିନ ରାତି ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରୁଥିବା ବେଳେ ଓଡ଼ିଶାରୁ ଶାଳ, ପିଆ ଶାଳ,ଶାଗୁଆନ ଆଦି ମୂଲ୍ୟବାନ ଚୋରା କାଠ ରାତି ଅଧିଆ ଉଦୟପୁର ସୀମା ପାର ହୋଇ ବେଙ୍ଗଲ ଯାଉଥିବା ମଧ୍ୟ ଅଭିଯୋଗ ଉଠିଛି। ସଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ଗଛ କଟାକୁ ନେଇ ଚିନ୍ତାରେ ଥିବା ବେଳେ ଗଛ କଟା ଘଟଣାର ତଦନ୍ତ କରି ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧି ଜୀବୀ ମହଲରେ ଦାବି ହେଉଛି।