ଏବେ ଠୁ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକାପ କମିବାରେ ଲାଗିଲାଣି | ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଟିକେ ଟିକେ ଥଣ୍ଡା ଅନୁଭୁତ ହେଉଛି | ଏଭଳି ଅନୁମାନ କରିଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର | ୧୬ ରୁ ପୁଣି ତାପମାତ୍ରା ବଢି଼ବା | ୩୬-୩୭ ଡିଗ୍ରୀ ସେଲସିୟସ ପହଞ୍ଚିପାରେ ବିଭିନ୍ନ ସ୍ଥାନର ତାପମାତ୍ରା |
ବର୍ତ୍ତମାନ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବା ସମ୍ଭାବନା ଅଛି | ଆସନ୍ତା ୪ ରୁ ୫ ଦିନ ଭିତରେ ପାଣିପାଗର ବଡ ପରିବର୍ତ୍ତନର ସମ୍ଭାବନା ନାହିଁ | ଗୁରୁବାର ଭୁବନେଶ୍ୱର ସହିତ ରାଜ୍ୟର ୮ ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଏବଂ ତା’ ଠାରୁ ଅଧିକ ଥିଲା |