ଦ୍ରୁତ ବେଗରେ ଆସି ଭାରଶ୍ୟାମ ହରାଇ ମଣ୍ଡପରେ ପିଟିହେଲା ଦୁଇ ଚକିଆ ଗାଡି । ଗାଡିରେ ଥିବା ୩ ଜଣ ମୃତ୍ୟୁ । ବିଳମ୍ବିତ ରାତିରେ କୋଣାର୍କରୁ କାକଟପୁରକୁ ଦ୍ରୁତ ବେଗରେ ଗୋଟିଏ ବାଇକିରେ ୩ ଜଣ ଆସୁଥିବା ବେଳେ ଦ୍ରୁତ ବେଗରେ ଗାଡି ଥିବାରୁ କୋଣାର୍କ ବଢ଼େଇ ଛକ ନିକଟରେ ଥିବା ଏକ ମଣ୍ଡପରେ ଭାରସାମ୍ୟ ହରାଇ ସିଧା ପିଟିହୋଇଥିଲା । ସଙ୍ଗେ ସଙ୍ଗେ ନିକଟସ୍ତ ଚମ୍ପାହାର ଅଗ୍ନିଶମ ବାହିନୀ ପହଂଚି ୩ ଜଣକୁ ଗୋପ ମେଡିକାଲ ନେଇଥିବା ବେଳେ ଗୋପ ମେଡିକାଲରେ ଦୁଇ ଜଣ ମୃତ୍ୟୁ ହୋଇଥିଲେ । ସାଗର ମଲ୍ଲିକ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଯାହା ସୂଚନା ମିଳିଛି ଗୁରୁତର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଚାରିଛକ ଦଣ୍ଡିକିର ଅଞ୍ଚଳର ସାଗର ମଲ୍ଲିକ, ଦୀପକ ମଲ୍ଲିକ ଓ ତୁଳସୀପୁର ଅଞ୍ଚଳର ଜୟ ପ୍ରକାଶ ସାହୁ । ବିଳମ୍ବିତ ରାତ୍ରରେ ଗୋଟେ ବାଇକିରେ ୩ ଜଣ ଦ୍ରୁତ ବେଗରେ ଯିବାରୁ ଭାରସାମ୍ୟ ହରାଇ ମଣ୍ଡପକୁ ଧକ୍କା ଦେଇଥିବାରୁ ଏଭଳି ମର୍ମତୃତ ଦୁର୍ଘଟଣା ଘଟିଛି। ୩ ଯୁବକ ନିଶାଶକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି ।ପୂର୍ବରୁ ବଢ଼େଇ ଛକ ନିକଟରେ ଅନେକ ଦୁର୍ଘଟଣା ଘଟିଛି । ତେବେ କୋଣାର୍କ ପୋଲିସ ଦୃଘଟଣା ଗ୍ରସ୍ତ ବାଇକ ଟିକୁ ଜବତ କରି ଅଧିକ ତଦନ୍ତ କରୁଛି ।