ସୋ’ ପାଇଁ ସବୁ ସୀମା ଡେଇଁଲେ ୟୁଟ୍ୟୁବର୍ । ରାତାରାତି ଫେମସ ହେବାର ନିଶା ଟାଣିଆଣିଲା ବିବାଦକୁ । ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ରଣବୀର ।
ଆଜ୍ଞା ହଁ, ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ବିବାଦ ଉଗ୍ର ହେବା ସହ ଏବେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଦେଶର ସଂସଦୀୟ ଷ୍ଟାଣ୍ଡିଂ କମିଟି । ସେପଟେ ରଣବୀର ଆହ୍ଲାବାଦିଆଙ୍କ ସୋର କଣ୍ଟେଣ୍ଟ୍ ତୁରନ୍ତ ହଟାଇବାକୁ ଏନଏଚଆରସି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ।
ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ ଜାଣିବା ପ୍ରକୃତ ଘଟଣା । ଏକ ରିଆଲିଟି ସୋରେ ବିବାଦୀୟ କମେଣ୍ଟ କରି ଆକ୍ରୋଶର ଶିକାର ହୋଇଛନ୍ତି ରଣବୀର । ତାଙ୍କ ନାଁରେ ପୁଲିସରେ ମାମଲା ରୁଜୁ ହେବା ସହ ମୁମ୍ବାଇ ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ସେପଟେ ସଂସଦରେ ମଧ୍ୟ ଉଠିଛି ୟୁ୍ଟ୍ୟୁବରଙ୍କ ମନ୍ତବ୍ୟ ପ୍ରସଂଗ । ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଏହି ପ୍ରସଙ୍ଗ ଉଠିବା ସହ ଖୁବଶୀଘ୍ର ୟୁଟ୍ୟୁବର ରଣବୀରଙ୍କୁ ସମନ କରିଯିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୟାହାକୁ ନେଇ ୟୁଟ୍ୟୁବରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।
ତେବେ ଖାଲି ସେତିକି ନୁହେଁ, ଏହାରି ଭିତରେ ଏହି ବିବାଦ ଉଗ୍ର ରୂପ ନେଲାଣି । ଫଳ ସ୍ବରୂପ ତାଙ୍କ ନାଁରେ ପୁଲିସ ନିକଟରେ ଅଭିଯୋଗ ଦାଏର ହୋଇଛି । ସେପଟେ ମୁମ୍ବାଇ ପୁଲିସ ରଣବୀରଙ୍କ ମୁମ୍ବାଇ ସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଛି । ଏହାସହ ସେ ଦେଇଥିବା ମନ୍ତବ୍ୟ ଥିବା ଭିଡିଓକୁ ୟ୍ୟୁଟ୍ୟୁବରୁ ହଟାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ଏନଏଚଆରସି ।
ତେବେ ଗତ ସପ୍ତାହରେ ମାତା ପିତା ସମ୍ପର୍କକୁ ନେଇ ରଣବୀର ଦେଇଥିବା ଏକ ବୟାନକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । ଇଣ୍ଡିଆସ୍ ଗଟ୍ ଲାଟେଣ୍ଟ ନାମକ ଏକ ସୋ’ରେ ରଣବୀର ଛୋଟପିଲା ଓ ମା ବାପାଙ୍କ ସମ୍ପର୍କ ସହ ଅନେକ ଗୁଡିଏ ଅଶ୍ଲୀଳ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଏହି ବିବାଦ ଆଗକୁ କଣ ରୂପ ନେୁଛି ତାହା ଦେଖିବାକୁ ବାକି ରହିଲା ।