ସଡ଼କ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାକୁ ସଫଳତା । ଦୁର୍ଘଟଣା ମାସ ଭାବରେ ପରିଚିତ
ଜାନୁଆରୀରେ ପୂର୍ବବର୍ଷ ତୁଳନାରେ ହ୍ରାସ ପାଇଛି ସଡ଼କ ଦୁର୍ଘଟଣା ସଂଖ୍ୟା ସହ
ମୃତ୍ୟୁସଂଖ୍ୟା । 2025 ଜାନୁଆରୀ ମାସକୁ ଜାତୀୟ ସଡ଼କ ସୁରକ୍ଷା ମାସ ଭାବରେ ପାଳନ
କରାଯାଇଥିଲା । ଏହି ଅବସରରେ ସୁରକ୍ଷିତ ଭାବରେ ଘରକୁ ଫେରିବାକୁ ରାଜ୍ୟବାସୀଙ୍କୁ
ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ଆଗରେ ରଖ୍ ରାଜ୍ୟ
ପରିବହନ ପ୍ରାଧ୍ୟାକରଣ ପକ୍ଷରୁ ସମସ୍ତ ଆରଟିଓଙ୍କ ଜରିଆରେ ମାସେବ୍ୟାପୀ ସାରା ରାଜ୍ୟରେ
ସଚେତନତା ଓ ଏନଫୋର୍ସମେଣ୍ଟକୁ ବ୍ୟାପକ କରାଯାଇଥିଲା । ଜାନୁଆରୀ ମାସର ସଡ଼କ
ଦୁର୍ଘଟଣା ତଥ୍ୟରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି ।
2025 ଜାନୁଆରୀ ମାସରେ ରାଜ୍ୟରେ 994 ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁସଂଖ୍ୟା
ହେଉଛି 417 । 2024ରେ ଦୁର୍ଘଟଣା ସଂଖ୍ୟା ଥିଲା 1093 ଓ ମୃତ୍ୟୁସଂଖ୍ୟା ଉଦବେଗଜନକ
ଭାବରେ 561 ଛୁଇଁଥିଲା । ସେହିଭଳି ବର୍ଷ 2023ରେ ଏହି ସଂଖ୍ୟା ଯଥାକ୍ରମେ 1199 ଓ
554 ରହିଥିଲା ।
ପୂରାବର୍ଷରେ ବିଭିନ୍ନ କାରଣ ଯୋଗୁଁ ଡିସେମ୍ବର ଓ ଜାନୁଆରୀରେ ସର୍ବାଧିକ ଦୁର୍ଘଟଣା ଘଟିଥାଏ।
ବିଦାୟୀ ବର୍ଷ, ନୂଆବର୍ଷ ଆଦି ପାଇଁ ପିକନିକ ସଂଖ୍ୟା ବୃଦ୍ଧିପାଏ । ଯାହା ମଦ୍ୟପାନ ଓ ଦ୍ରୁତଗତି
ଜନିତ ଦୁର୍ଘଟଣା ବୃଦ୍ଧି କରାଏ । ସେହିଭଳି କୁହୁଡ଼ି ଯୋଗୁଁ ଅନେକ ଦୁର୍ଘଟଣା ଘଟିଥାଏ । ସଡ଼କ
ଦୁର୍ଘଟଣା ହ୍ରାସ ପାଇଁ ଏହି ମାସ ମାନଙ୍କରେ ବିଶେଷ ନଜର ରଖୁବାକୁ ବିଭାଗ ନିଷ୍ପଭି
ନେଇଥିଲା ।
ଦିନକୁ ଦିନ ଯାନବାହନ ସଂଖ୍ୟା ବୃଦ୍ଧି ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯାହା
ଉପରେ ନିୟନ୍ତ୍ରଣ ଆଣିବାକୁ ଲଗାତର ପ୍ରୟାସ କରୁଛି ରାଜ୍ୟ ପରିବହନ ପ୍ରାଧ୍ଵକରଣ ।
ଜାନୁଆରୀ ମାସରେ ବିଶେଷ ଫୋକସ୍ ବ୍ୟତୀତ ପ୍ରତି ବୁଧବାରକୁ ଜିରୋ ଟଲେରାନ୍ସ ଡେ
ଭାବରେ ପାଳନ କରାଯାଉଛି । ଆଗକୁ ସଚେତନତା କାର୍ଯ୍ୟକ୍ରମ ଓ ଏନଫୋର୍ସମେଣ୍ଟକୁ ଆହୁରି
ବ୍ୟାପକ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡ଼ି ଚାଳକଙ୍କ
ବିରୋଧରେ କଡ଼ାକଡ଼ି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ
ପ୍ରାନ୍କକରଣ ପକ୍ଷରୁ କୁହାଯାଇଛି ।