କଟକ ଜିଲ୍ଲା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନ୍ଦରପୁର ଧାନମଣ୍ଡୀକୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଧାନମଣ୍ଡୀ ପରିଦର୍ଶନ ସମୟ ରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚାଷୀ ମାନେ ଧନ୍ୟବାଦ ଜଣାଇବା ଜଣାଇଥିଲେ। ମୋହନ ଚରଣ ମାଝି ଓଡ଼ିଶାରେ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯୋଉଁ ମାନେ ଧାନ କିଣା କାରବାରରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଯେଉଁ ଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଧାନମଣ୍ଡି ପରିଦର୍ଶନ ସମୟ ରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀ ହୃଷୀକେଶ ଜେନା, ରାଜ୍ୟ ସଂପାଦକ ଶ୍ରୀ ପ୍ରଶାନ୍ତ କୁମାର ସ୍ଵାଇଁ, ରାଜ୍ୟ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ବାଳ, ବିଜେପି, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀମତୀ ପ୍ରତିଭା ଶତପଥୀ , କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ସୁଶ୍ରୀ ଅମିତା କର, ଦୀପ୍ତି ରଞ୍ଜନ ଜେନା, ବିଜେପି ବରିଷ୍ଠ ନେତା ଗୋକୁଳାନନ୍ଦ ପ୍ରଧାନ, ଅଭୟ କୁମାର ସ୍ୱାଇଁ, ଯୋଗେନ୍ଦ୍ର ଭୋଇ, ନିରଞ୍ଜନ ରାଉତ, ଅଜିତ କୁମାର ବେହେରା, ଅନନ୍ତ ସେଠୀ, ସୁବାଷ ଚନ୍ଦ୍ର ଜେନା ପ୍ରମୁଖ ଓ ଚାଷୀ ଉପସ୍ଥିତ ଥିଲେ।