ଆସନ୍ତା ୧୬ରେ କଟକ ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରେଟି କ୍ରିକେଟ ଲିଗ୍ । ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନୀ କପୁର । ସେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରିଥିବା କହିଛନ୍ତି । ଏହା ପରେ ସେ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ସାକ୍ଷାତ କରିଥିବାର ଜଣାପଡିଛି ।
ସୂଚନା ଅନୁସାରେ ୧୬ରେ ପଞ୍ଜାବ ଦେ ଶେର ଟିମ୍ ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହେବ। ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ କପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । କାପୁର କହିଥିଲେ ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ ।
ଏହି ସାକ୍ଷାତ ଆଲୋଚନା ସମୟରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।