ଆଧ୍ୟାତ୍ମିକବାଦୀ କବି ସନ୍ଥ ଶିରୋମଣି ଗୁରୁ ରବି ଦାସ ୧୫ ରୁ ୧୬ତମ ଶତାଦ୍ଦୀର ଜାତିଭେଦଭାବ ମୁକ୍ତ ସମାଜର ପ୍ରତୀକ ଥିଲେ । ଆଧ୍ୟାତ୍ମିକ ଏବଂ ଭକ୍ତି ମାର୍ଗରେ ଚାଲିବା ସମୟରେ ସନ୍ଥ ରବି ଦାସ କର୍ମ ଉପରେ ବହୁ ଗୁରୁତ୍ୱ ଦେଉଥିଲେ ବୋଲି ଅନୁସୂଚୀତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁଶାନ୍ତ କୁମାର ମଲ୍ଲିକ କହିଛନ୍ତି ।
ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ୬୪୮ ତମ ଜୟନ୍ତୀ ଅବସରରେ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚା ତରଫରୁ ଭୁବନେଶ୍ୱର ଷ୍ଟେସନ ବଜାର ସ୍ଥିତ ମୋଚି ସାହିରେ ଆୟୋଜିତ | ଶ୍ରୀ ମଲ୍ଲିକ କହିଛନ୍ତି ଯେ, ରବି ଦାସ ଜଣେ ମହାନ ସନ୍ଥ କବି, ସାମଜ ସଂସ୍କାରକ ଏବଂ ଭଗବାନଙ୍କ ଅନୁଗାମୀ ଥିଲେ । ଗୁରୁ ରବି ଦାସ କୁହନ୍ତି “ଶ୍ରମ କଇ ଇଶ୍ୱର ଜାନି କେ, ଯଉ ପୂଜହୀ ଦିନ ରେନ; ରବୀଦାସ ତିଂହସୀ ସଂସାର ମହ, ସଦା ମିଲହି ସୁଖ ଚେନ” । ଅର୍ଥାତ୍ କର୍ମକୁ ଇଶ୍ୱର ମାନି ଦିନ ରାତି କର୍ମ କରୁଥିବା ବ୍ୟକ୍ତିଙ୍କୁ ସଂସାରର ସମସ୍ତ ସୁଖ ପ୍ରାପ୍ତ ହୁଏ । ସେ କେବେ ନିଜ କୌଳିକ ବୃତି ‘ଚମଡା ବ୍ୟବସାୟ’ କୁ ଛାଡିନଥିଲେ ଏବଂ କର୍ମର ଗୁରୁତ୍ୱ ପ୍ରସାର କରି କହୁଥିଲେ “କର୍ମ ହେଉଛି ସବୁଠାରୁ ବଡ ଉପାସନା” । ଗୁରୁ ରବି ଦାସ ଭେଦଭାବ ମୁକ୍ତ ସମାଜର ପରିକଳ୍ପନା କରିଥିଲେ । ଏଥିଲାଗି ନିଜ କବିତାରେ ସେ ବେଗମ୍ପୁର ସହର ବିଷୟରେ ବର୍ଣ୍ଣନା କରିଥିଲେ । ଯେଉଁଠି ଭୟ, କଷ୍ଟ, ଭେଦଭାବ ଓ ଜାତିବାଦର କୌଣସି ସ୍ଥାନ ନାହିଁ ।
ଆଜିର ଯୁଗରେ ଆମର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସତ୍ ବିଚାରରେ ସନ୍ଥ ରବି ଦାସଜୀଙ୍କ ବାଣୀକୁ ଜନମାନସର ସେବାରେ ନିରନ୍ତର ଚରିତାର୍ଥ କରୁଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସହିତ ପ୍ରତ୍ୟେକ ନାଗରିକ ବିନା ଜାତି ଓ ଧାର୍ମିକ ଭେଦଭାବରୁ ଲାଭାର୍ଥୀ ହୋଇଛନ୍ତି । କ୍ଷେତ୍ରୀୟ ଓ ରାଜ ପରିବାରରେ ଜନ୍ମ ହୋଇଥିବା ମୀରା ବାଇ ପଛୁଆ ବର୍ଗରେ ଜନ୍ମ ହୋଇଥିବା ସନ୍ଥ ରବି ଦାସଙ୍କୁ ନିଜ ଗୁରୁ ମାନିବା ଏକ ଐତିହାସିକ ପଦକ୍ଷେପରୁ କମ୍ ନୁହେଁ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ସମ୍ବିଧାନ ସ୍ରଷ୍ଟା ଡ.ଭୀମରାଓ ଆମ୍ବେଦକରଙ୍କ ଜୀବନୀ ଓ ଭାରତୀୟ ସମ୍ବିଧାନ ଉପରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଆଲୋକପାତ କରିଥିଲେ ।