ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଶ୍ରୀଜିଉ | ଶ୍ରୀ ଜଗନ୍ନାଥ ମହାପ୍ରଭୁ ଚାତ୍ରରୁଭୁଜରେ ଧାରଣ କରିବେ ଶଙ୍ଖ , ଚକ୍ର , ଗଦା , ଓ ପଦ୍ମ |
ଏହି ବେଶରେ ମହାପ୍ରଭୁ ଗରୁଡ ଉପରେ ବସିବା ଭାବଗିରେ ଥାଇ ମାଆ ଲକ୍ଷ୍ମୀ ପ୍ରତିମା ଙ୍କୁ ଧାରଣ କରିବେ |
ମଧ୍ୟାହ୍ନରେ ଧୂପ ବଢିବା ପରେ ଶ୍ରୀମନ୍ଦିର ରତ୍ନସିଂହାର ଉପରେ ମହାପ୍ରଭୁଙ୍କ ଏହି ଦୁଲର୍ଭ ବେଶ ଅନୁଷ୍ଠିତ ହେବ | ତେବେ ସନ୍ଧ୍ୟା ଧୂପରେ ଭୋଗ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ |
ଗଜରାଜ କ୍ଷତବିକ୍ଷିତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପାର୍ଥନା କରିଥିଲେ | ଭକ୍ତର ଡାକ ଶୁଣି କୁମ୍ଭୀର କବଳରୁ ଗଜରାଜଙ୍କୁ ଠାକୁର ଉଦ୍ଧର କରିଥିଲେ | ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବେ ଭକ୍ତ |