ରାଜଧାନୀରେ ଆରମ୍ଭ ହୋଇଛି ଟ୍ରାଫିକ ଜୋରଦାର ଚେକିଂ। ବଢୁଥିବା ଏସିଦେଣ୍ଟକୁ ଦେଖି ଆକ୍ସନ ମୋଡ଼ ରେ ଆସିଛି କମିସନରେଟ ପୋଲିସ୍। ଏଥର ରୋଡ଼ ରୋମିଓ ଙ୍କୁ ପାନେ ଦେବାକୁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ପ୍ଲାନ୍। ପ୍ରମୁଖ ଛକ ମାନଙ୍କରେ ଜଗି ବସୁଥିବା special team, ଅମାନିଆଙ୍କୁ ଧରିବାକୁ ବସାଇ ଛନ୍ତି ଜାଲ। ଟ୍ରାଫିକ ନିୟମ ଭାଙ୍ଗିଲେ, ରାସ୍ତାରେ ଏପଟ ସେପଟ ହୋଇ ଗାଡି ଚଳାଇଲେ, ରଙ୍ଗ ରୁଟ ରେ ଗାଡି ନେଲେ ଗାଡି ଧରି, ମୋଟା ଅଙ୍କର ଫାଇନ କାଟିବେ ଟ୍ରାଫିକ ବାବୁ।
ଆଜି ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱର ର ପ୍ରମୁଖ ସ୍ଥାନ ଗୁଡିକରେ ଚେକିଂ ଜୋରଦାର ହୋଇଛି। ଯାଞ୍ଚ ପ୍ରଥମ ଦିନରୁ ୯୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି କମିଶନରେଟ୍ ପୁଲିସ । ୧୦ ତାରିଖରୁ ଚେକିଂ ଜୋରଦାର ହେବ ବୋଲି ପୂର୍ବରୁ ସୂଚନା ଦେଇଥିବାବେଳେ,ଆଜି ଧର୍ପାଗଡ ଆରମ୍ଭ ହୋଇଛି। ଗୋଟିଏ ଦିନରେ କମିଶନରେଟ୍ ପୁଲିସ ଟ୍ବିନସିଟିର ୫ଟି ସ୍ଥାନରେ ଚେକିଂ କରି ୯୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ୧୯ଟି ଗାଡିର ବ୍ଲାକ ଫିଲ୍ମ ଖୋଲାଯାଇଥିବାବେଳେ ବିକଟାଳ ହର୍ଣ୍ଣ ଲାଗିଥିବା ୨୫ଟି ଗାଡି ହୋଇଛି ସିଜ୍। ଅନ୍ୟପଟେ କାଲି ଠୁ ଟ୍ରାଫିକ ଚେକିଂ କଡ଼ାକଡ଼ି ହେବ ବୋଲି ଟ୍ରାଫିକ୍ ଡିସିପି ତପନ ମହାନ୍ତି ସୂଚନା ଦେଇଛନ୍ତି ।
ତେବେ ରାଜ୍ୟରେ କିଛି ଅମାନିଆ ଙ୍କ ପାଇଁ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖାଦେଉଛି। ବାରମ୍ବାର ବଡ଼ ବଡ଼ ଦୁର୍ଘଟଣା ଓ ଦୈନଦିନ ଲୋକଙ୍କ ଜୀବନ ଯାଉଛି। ରାଜ୍ୟ ସରକାର ପ୍ରତି ମୁହୂର୍ତ୍ତରେ ବଡ଼ ପଦକ୍ଷେପ ନେବାକୁ ପ୍ରି ପ୍ଲାନ୍ କରୁଥିଲେ ବି, ବିଫିକର ଅମାନିଆ। କିନ୍ତୁ ଏଥର କମିଶନରେଟ ପୋଲିସ ର ଏପରି ଅଚାନକ ଆକ୍ସନ,ରୋଡ଼ ରୋମିଓ ଙ୍କୁ ସାବଡ କରିବ ବୋଲି ଆଶା କରାଯାଉଛି। ଦେଖିବାକୁ ବାକି ରହିଲା, କେତେ ସଫଳ ହେଉଛି ପୋଲିସ ପ୍ଲାନ୍ ? ସାବଡ୍ ହେଉଛନ୍ତି କି ନାହିଁ ହେବେ ରୋଡ଼ ରୋମିଓ ?