ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଓଡ଼ିଶା ମାଟିରେ ଆୟୋଜନ ହୋଇଥଲା ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍। ଦର୍ଶକ ଥିଲେ ଖୁସି, ମାହୋଲ୍ ଥିଲା ବେଶ୍ ରୋମାଞ୍ଚକର। ହେଲେ ଦର୍ଶକଙ୍କୁ ଏଥର ନିରାଶ କରିଥିଲା, oca ର ତ୍ରୁଟିପୂର୍ଣ୍ଣ ପରିଚାଳନା। ପ୍ରଥମେ ଟିକେଟ କୁ ନେଇ ମହା ବିଭ୍ରାଟ ତ ମ୍ୟାଚ୍ ବେଳେ ଅଧାରୁ କଟି ଯାଇଥିଲା ଫ୍ଲଡ଼ ଲାଇଟ୍। ଯାହା ହଜାର ହଜାର କ୍ରୀଡା ପ୍ରେମୀଙ୍କୁ ବ୍ୟଥିତ କରିଥିଲା। ପ୍ରାୟ ୩୦-୩୫ ମିନିଟ ପର୍ଯ୍ୟନ୍ତ ଖେଳକୁ ରୋକିବାକୁ ପଡ଼ିଥିଲା। ଘଟଣାରେ କେବଳ ଦର୍ଶକ ଯେ ନିରାଶ ତାହା ନୁହେଁ, ଅଧିନାୟକ ରୋହିତ ଶର୍ମା ବେଶ୍ ବିରକ୍ତି ପ୍ରକାଶ କରିଥିବା ନଜର କୁ ଆସିଥିଲା।
ସେପଟେ ଘଟଣାର ଦିନକ ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ। ବିରୋଧୀ ଦଳ ପ୍ରସଙ୍ଗକୁ ଆଧାର କରି ସରକାରଙ୍କୁ ଘେରିଛନ୍ତି।ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ସରକାର ବାରମ୍ବାର ମକଡ୍ରିଲ କରି କଣ ପରିଚାଳନା କରିଥିଲେ। ଏଥିପାଇଁ ବର୍ତ୍ତମାନର କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡ଼ି। ବିଜେଡ଼ି ନେତା ମନ୍ମଥ ରାଉତରାୟ ବି ବାରବାଟି ବିଭ୍ରାଟ କୁ ସମାଲୋଚନା କରିଛନ୍ତି, ସେ କହିଛନ୍ତି, ସରକାର ତ କ୍ରାଇମ କରିଦେଲେ। ଖୁବ୍ ଶୀଘ୍ର ଏହାର ସ୍ପଷ୍ଟିକରଣ ଦିଅନ୍ତୁ। ଯଦିଓ କ୍ରୀଡା ବିଭାଗ ପକ୍ଷରୁ ୧୦ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି, ହେଲେ ଏହା କେତେ ଦୂର ଗ୍ରହଣୀୟ ହେଉଛି ତାହା ହେଉଛି ପ୍ରଶ୍ନ।
ବାରବାଟି ବିଭ୍ରାଟ ଦାୟୀ କିଏ ?
ଏହା ପୂର୍ବରୁ oca ଅନେକ ମ୍ୟାଚ୍ ପରିଚାଳନା କରିଛି। କିନ୍ତୁ ପ୍ରତି ଥର ଗୋଟିଏ ଗୋଟିଏ କାହାଣୀ ବିଭାଗକୁ ଉତ୍ତର ଦାୟୀ କରିଛି। କେବେ ଖେଳାଳିଙ୍କ ଉପରକୁ ବୋତଲ ଫିଙ୍ଗା, ତ କେବେ ଅଶୋଭନୀୟ ଆଚରଣ ଓଡ଼ିଶା କ୍ରିକେଟ ପରିଷଦ ପାଇଁ ଲଜ୍ଜା ସଦୃଶ।ପୁନର୍ବାର ଏମିତି ଏକ ନିନ୍ଦିତ କରିବା ଭଳି ଘଟଣା, ପୁଣି ଥରେ oca ର ପାରିବା ପଣିଆକୁ ପଦାରେ ପକାଇଛି। ତେବେ ଏହି ପରିପ୍ରେକ୍ଷୀରେ ଆଉ ଆଗକୁ ମ୍ୟାଚ୍ ମିଳୁଛି କି ନାହିଁ ? ତାହା ସବୁଠୁ ବଡ଼ ପ୍ରଶ୍ନ। ଯଦି ବି ମ୍ୟାଚ୍ ମିଳେ ବାରବାଟି ପ୍ରତି ଦର୍ଶକଙ୍କ ରୁଚି କେତେ ରହିବ ?
ତେବେ ବିଭ୍ରାଟ ରିପୋର୍ଟ ଆସିବା ପରେ ଅନେକ ଚର୍ଚ୍ଚାର ଅବସାନ ଘଟିବ। ଏହା ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ନା ଅନିଚ୍ଛା କୃତ ପରେ ସ୍ପଷ୍ଟ ହେବ। ଘଟଣାକୁ କ୍ରୀଡା ବିଭାଗ ବେଶ୍ ଗମ୍ଭୀରତା ସହ ନେଇଛି। ଆଶା କରାଯାଉଛି,ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ। ଦେଖିବାକୁ ବାକି ରହିଲା, ଆଗକୁ କେତେ ସ୍ୱଚ୍ଛ ଇତିହାସର ବାରବାଟି ଷ୍ଟାଡିୟମ୍ ?