ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ ପରୀକ୍ଷା ଫେବୃୟାରୀ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି | ପରୀକ୍ଷା କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ଉଭୟଙ୍କ ପ୍ରସ୍ତୁତି ଶେଷ ପ୍ରଜ୍ଞ୍ୟାରେ ପହଞ୍ଚିଛି | ବୋର୍ଡ଼ ମୁଖ୍ୟାଳୟରୁ ପ୍ରଶ୍ନପତ୍ର ନୋଡାଲ କେନ୍ଦ୍ରଗୁଡିକରେ ପହଞ୍ଚିଛି |
ଓଡ଼ିଶାର ୩୦ଟି ଜିଲ୍ଲାର ୩୧୪ ନୋଡାଲ ସେଣ୍ଟର ସ୍ଥାପନ କରାଯାଇଛି | ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରଗୁଡିକର ଯାଞ୍ଚ
କରିବା ପାଇଁ ନୋଡାଲ ସେଣ୍ଟ୍ରଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଉଛି |