କନିଷ୍ଠ ଶିକ୍ଷକଙ୍କ ପାଇଁ ଖୁସି ଖବର | ମାସିକ ଦରମା ୧୧ ହଜାରରରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିଚାହଁନ୍ତି ରାଜ୍ୟ ସରକାର | ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ
ଏଣିକି ମାସକୁ ୧୬ ହଜାର ଟଙ୍କା ଦରମା ମିଳିବ |
ସମଗ୍ର ଶିକ୍ଷା ସ୍କିମ ଅନୁସାରେ ଆଜିଠାରୁ ଦରମା ବୃଦ୍ଧି ହୋଇଥିବା ବିଜ୍ଞପ୍ତି ରେ ପ୍ରକାଶ ପାଇଛି | ତେବେ ପୂର୍ବରୁ ବିଭିନ୍ନ ଦାବି ନେଇ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର କନିଷ୍ଠ ଶିକ୍ଷକ ଆନ୍ଦୋଳନ କରିଥିଲେ , ଯାହାକୁ ଦୃଷ୍ଟିରେ ରଖି ସରକାର ଆଜି ତାଙ୍କ ଦରମା ବୃଦ୍ଧି ପାଇଁ ଦାବି ପୂରଣ କରିଛନ୍ତି |