ପ୍ରେମ ଋତୁରେ ମତୁଆଲା ପ୍ରେମୀ ଯୁଗଳ । ଗୋଲାପ ଦିଆନିଆରୁ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆଜି ହଗ୍ ଡେ ବା ଆଲିଙ୍ଗନ ଦିବସ। ଆଜିର ଦିନରେ ପ୍ରେମୀଯୁଗଳ ନିଜର ଆବେଗକୁ ପରିପ୍ରକାଶ କରିବା ସହ ବିଶ୍ବସନିୟତା, ପବିତ୍ରତା ଏବଂ ଭରସାକୁ ପ୍ରେମ ମାଧ୍ୟମରେ ଦର୍ଶାଇଥାନ୍ତି । କୁହାଯାଏ ପ୍ରେମଭାରା ଆଲିଙ୍ଗନ ସମ୍ପର୍କକୁ ଆହୁରି ମଜଭୁତ କରିଥାଏ । ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତମ ରୂପ । ବିନା ଶବ୍ଦରେ ହୃଦୟର ସ୍ନେହ ଓ ଭଲ ପାଇବା ବାଣ୍ଟିବାର ଏକ ସରଳ ଓ ସହଜ ମାଧ୍ୟମ ହେଉଛି ହଗ୍ ବା ଆଲିଙ୍ଗନ ।
ଚାଲିଛି ଭାଲେଣ୍ଟାଇନ୍ସ ସପ୍ତାହ। ପ୍ରେମ ସପ୍ତାହ ଶେଷ ହେବାକୁ ବାକି ରହିଯାଇଛି ଆଉ ଦୁଇ ଦିନ। ଭାେଲଣ୍ଟାଇନ୍ସ ସପ୍ତାହର ଷଷ୍ଠ ଦିବସରେ ପାଳନ କରାଯାଏ ଆଲିଙ୍ଗନ ଦିବସ ବା ହଗ୍ ଡେ’। ପ୍ରେମୀ ଯୁଗଳଙ୍କ ପାଇଁ ଏହି ଦିନର ଗୁରୁତ୍ବ ବେଶ ଅଧିକ । ଯେଉଁ ପ୍ରେମିକ ବା ପ୍ରେମିକା ମନ କଥା ଖୋଲି କହି ପାରୁନାହାନ୍ତି ସେମାନେ ଆଲିଙ୍ଗନ ଦ୍ବାରା ମନ ଭିତରର କଥାକୁ ପ୍ରକାଶ କରିପାରିବେ। ଦୁଃଖ ହେଉ ଅବା ସୁଖ, ସଫଳତା ହେଉ ଅବା ବିଫଳତା ସବୁ ପ୍ରକାର ଭାବନାକୁ ପରିପ୍ରକାଶ କରିବା ପାଇଁ ଏକ ସୁନ୍ଦର ମାଧ୍ୟମ ହେଉଛି ଆଲିଙ୍ଗନ।
ତେବେ ଆଲିଙ୍ଗନ କେବଳ ପ୍ରେମୀଯୋଡ଼ାଙ୍କ ଭଲ ପାଇବା ତଥା ଆବେଗକୁ ପରିପ୍ରକାଶ କରେ ନାହିଁ। ଏହାଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ହ୍ରାସ ପାଇବା ସହିତ ହାର୍ଟ ଆଟାକ୍ ସମସ୍ୟାରୁ ମୁକ୍ତି ମିଳିଥାଏ। ତେଣୁ ଏହାକୁ ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନ ଥେରାପି କୁହାଯାଇଥାଏ। ଆଲିଙ୍ଗନ ସମୟରେ ଶରୀରରୁ ଅକ୍ସିଟୋସିନ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ। ଏହାଦ୍ୱାରା ମା-ପିଲା, ସ୍ତ୍ରୀ-ସ୍ବାମୀ, ଭଉଣୀ ଭାଇ ତଥା ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହୋଇଥାଏ । ଆଲିଙ୍ଗନ ସମୟରେ ଶରୀର ଓ ମନରେ ଖୁସିର ଲହରୀ ଖେଳିଯାଇଥାଏ । ସାଧାରଣତଃ ଆମେ ଯେତେବେଳେ କାହାକୁ ଆଲିଙ୍ଗନ କରୁ, ଛୁଇଁଥାଉ କିମ୍ବା କାହା ସହ ଟିକେ ଅଧିକ ନିକଟତର ହେଉ; ଏହି ହରମୋନ୍ କ୍ଷରିତ ହୋଇଥାଏ । ଫଳରେ ଶରୀର ସହ ମନ ବି ରିଲାକ୍ସ ତଥା ଖୁସି ରହେ ।
ଏକ ରିସର୍ଚ୍ଚ ମୁତାବକ, କେହି ଆପଣାର ଲୋକର ସ୍ପର୍ଶରେ କଷ୍ଟ କେତେକାଂଶରେ ଦୂର ହୋଇଯାଏ । ଯେତେବେଳେ କେହି ନିଜର ଲୋକ ଆପଣାଇ ନିଏ ବା କୁଣ୍ଢାଇ ପକାଏ ସେତେବେଳେ ଶରୀରରେ ଏକ ଅଦ୍ଭୁତ ଭାବନା ସଞ୍ଚରିତ ହୁଏ । ଫଳରେ କଷ୍ଟ ଲାଘବ ହୁଏ ।ଆଲିଙ୍ଗନ କରିବା ହାର୍ଟ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । ପ୍ରତିଦିନ ନିଜ ପ୍ରିୟର ଲୋକଙ୍କୁ ମାତ୍ର ୨୦ ସେକେଣ୍ଡ ଆଲିଙ୍ଗନ ବା ହଗ୍ କରୁଥିବା ବ୍ୟକ୍ତିଙ୍କ ହୃଦୟ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ସୁସ୍ଥ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଆଲିଙ୍ଗନ କରିବା ବେଳେ ଶରୀରର ରକ୍ତ ସଞ୍ଚାଳନ ତ୍ୱରାନ୍ଵିତ ହୁଏ, ଫଳରେ ହାର୍ଟକୁ ଭଲ ଭାବେ ରକ୍ତ ପହଞ୍ଚେ ଓ ହାର୍ଟ ସୁସ୍ଥ ରହେ । ଆଲିଙ୍ଗନକୁ କେହି କେହି ‘ଯାଦୁ କି ଝପ୍ପି’ ମଧ୍ୟ କହିଥାନ୍ତି । ଏହାର କାରଣ ହେଉଛି ଆଲିଙ୍ଗନ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରହିଥାଏ । ଫଳରେ ବ୍ୟକ୍ତି ରୋଗମୁକ୍ତ ମଧ୍ୟ ରହେ । ଏକ ରିସର୍ଚ୍ଚ ମୁତାବକ ଆଲିଙ୍ଗନ କରିବା ଦ୍ୱାରା ଶରୀରର ୩୦ ପ୍ରତିଶତ ରୋଗ ଭଲ ହୋଇଥାଏ ।
ଆଲିଙ୍ଗନ ହେଉଛି ଦୁଇଟି ଆତ୍ମା ମଧ୍ୟରେ ଥିବା ଭୌତିକ ସମ୍ପର୍କର ଶୁଦ୍ଧତନ ରୂପ । ତେବେ ପ୍ରେମିକ ପ୍ରେମିକା ବ୍ୟତୀତ ପିତାମାତା, ଭାଇଭଉଣୀ କିମ୍ବା ବନ୍ଧୁପରିଜନମାନଙ୍କୁ ସ୍ନେହଭରା ଆଲିଙ୍ଗନ କରାଯାଇ ପାରିବ। ଆଲିଙ୍ଗନ ଦ୍ବାରା ଅନ୍ୟ ପ୍ରତି ପ୍ରେମ ଭାବନା ପରିପ୍ରକାଶ ହୋଇଥାଏ ଏବଂ ମତଭେଦ ଦୂର ହୋଇଥାଏ ।