ସାରା ବିଶ୍ୱରେ ବଢି ଚାଲିଛି ସୁନା ଦର | କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି | ସୁନା ପ୍ରେମୀଙ୍କ ପାଇଁ ଏହା ଏକ ବିରାଟ ବଡ ସମସ୍ୟା ପାଲଟିଲାଣି | ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ୮୮ ହଜାର ପାର କଲାଣି |ଆଗକୁ ସୁନା ଦାରା୯୦ ହଜାର ଅତିକ୍ରମ କରିବା ଆଶଙ୍କା କରାଯାଉଛି |
ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦର ରେକର୍ଡ ୨୯୦୦ ଡଲାରରେ ପହଞ୍ଚିଛି | ଇସ୍ପାତ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଟିକସ ଲଗାଇବାକୁ ଟ୍ରମ୍ପ ଘୋଷଣା କରିବା ପରେ ସୁନା ଦାମ ବଢିଛି | ଗୋଟିଏ ପଟେ ଟ୍ରମ୍ପଙ୍କ ଶୁକ୍ଳ ପ୍ରହାର ଜାରି ରହିଥିବା ବେଳେ ଅନ୍ୟପଟେ ଦଳର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ସୁନା ଆମଦାନୀ ମହଙ୍ଗା ହୋଇଛି |