ହର୍ଷିତଙ୍କ ଉପରେ ରାଗିଲେ ରୋହିତ ଶର୍ମା । ପଚାରିଲେ ତୁମ ମନ କେଉଁଠି ?ଭାରତୀୟ ଅଧିନାୟକ ରୋହିତ ଶର୍ମା କଟକରେ ଦମଦାର ଇନିଂସ ଖେଳି ଶତକ ହାସଲ କରୁଛନ୍ତି |ପ୍ରକୃତରେ, ଏହି ଘଟଣା ଇଂଲଣ୍ଡ ଇନିଂସର ୩୨ତମ ଓଭରରେ ଘଟିଥିଲା । ହର୍ଷିତ ରାଣା ନିରନ୍ତର ଭଲ ଲେନ୍ଥ୍ରେ ବୋଲିଂ କରୁଥିଲେ ।ଇଂଲଣ୍ଡ ଇନିଂସ ପୂର୍ବରୁ, ଭାରତୀୟ ଅଧିନାୟକ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ଉପରେ ପ୍ରବଳ ରାଗି ଯାଇଥିଲେ । ବାରବାଟୀରେ ଏବେ ରୋହିତ ଶର୍ମା ଏବଂ ହର୍ଷିତ ରାଣାଙ୍କ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ, ଏହି ଘଟଣା ଇଂଲଣ୍ଡ ଇନିଂସର ୩୨ତମ ଓଭରରେ ଘଟିଥିଲା । ହର୍ଷିତ ରାଣା ନିରନ୍ତର ଭଲ ଲେନ୍ଥ୍ରେ ବୋଲିଂ କରୁଥିଲେ ହର୍ଷିତ ରାଣାଙ୍କ ଓଭରର ପଞ୍ଚମ ବଲ୍କୁ ଜସ୍ ବଟଲର୍ ଡିଫେନ୍ସ କରିଥିଲେ । କିନ୍ତୁ ହର୍ଷିତ ରାଣା ଜୋଶ୍ରେ ପୁଣି ବ୍ୟାଟରଙ୍କ ଆଡ଼କୁ ଥ୍ରୋ‘ କରିଥିଲେ । ଯାହା ପରେ ବଲ୍ ସୀମା ପାର ହୋଇ ଚୌକା ହେଇଗଲା । ଏହିଭଳି ଭାବରେ ଇଂଲଣ୍ଡ ଅତିରିକ୍ତ ୪ ରନ୍ ପାଇଲା । ଏହାପରେ, ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ରାଗ ଦେଖିବା ଯୋଗ୍ୟ ଥିଲା । ରୋହିତ ଶର୍ମା ହର୍ଷିତ ରାଣାଙ୍କୁ ପଚାରିଲେ, ‘ତୁମର ମନ କେଉଁଠି? ସେ କେଉଁଠି ମାରିଛନ୍ତି ? ‘ ଯାହାହେଉ, ରୋହିତ ଶର୍ମାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହା ବ୍ୟତୀତ, ସୋସିଆଲ ମିଡିଆ ୟୁଜର୍ସମାନେ ଏହି ଭିଡିଓ ନେଇ କମେଣ୍ଟ୍ ଦେବାରେ ଲାଗିଛନ୍ତି । ଇଂଲଣ୍ଡ ପକ୍ଷ୍ୟ ରୁ ଜୋ ରୁଟ୭୨ ବଲ୍ରେ ସର୍ବାଧିକ ୬୯ ରନ କରିଥିଲେ | ପ୍ରଥମ ୱିକେଟ ପାଇଁ ଭାରତୀୟ ଓପନର ଶୁଭମନ ଗିଲ ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ୧୩୬ ରନର ଭାଗୀଦାରି ହୋଇଥିଲା। ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ୯୦ ବଲ୍ରେ ୧୧୯ ରନ୍ର ଇନିଂସ ଖେଳିଥିଲେ । ନିଜ ପାଳିରେ ସେ ୧୨ଟି ଚୌକା ଏବଂ ୭ଟି ଛକା ମାରିଥିଲେ । ଶୁଭମନ ଗିଲ ୫୨ ବଲରୁ ୬୦ ରନ କରି ପାଭିଲିୟନ ଫେରିଥିଲେ ।