ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ର ସୁପ୍ରିମ ତଥା ରାଜ୍ୟ ର ପୃବତନ ମୁଖ୍ୟମନ୍ତ୍ରୀ ଶିବୁସୋରେନ ଙ୍କ ସ୍ୱାସ୍ଥ୍ୟ ବସ୍ତା ବିଗିଡିଯାଇଛି |ତାଙ୍କୁ ଏକ ସ୍ଵଂତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି |ଶିବୁ ସୋରେନଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି|କିଛି ବର୍ଷ ତଳେ ମଧ୍ୟ ତାଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେବାରୁ ରାଞ୍ଚି ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଶିବୁ ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି । ସେ ୟୁପିଏର ପ୍ରଥମ କାର୍ଯ୍ୟକାଳରେ କୋଇଲା ମନ୍ତ୍ରୀ ଥିଲେ । କିନ୍ତୁ ଚିରୁଡିହ ହତ୍ୟା ମାମଲାରେ ତାଙ୍କ ନାମ ଆସିବା ପରେ ତାଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା । ଶିବୁ ତାଙ୍କ ବାପା ଶୋଭରାମ ସୋରେନଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ ।ଶିବୁ ପ୍ରଥମ ଥର ୧୯୭୭ ମସିହାରେ ଲୋକସଭା ନିର୍ବାଚନ ଲଢ଼ିଥିଲେ, କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ୧୯୮୦ରେ ତାଙ୍କୁ ସଫଳତା ମିଳିଥିଲା । ଏହା ପରେ ୧୯୮୬, ୧୯୮୯, ୧୯୯୧ ଏବଂ ୧୯୯୬ରେ ସେ ନିର୍ବାଚନରେ ଲଢ଼ି ବିଜୟୀ ହୋଇଥିଲେ । ୨୦୦୪ରେ ସେ ଦୁମକାରୁ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ । ଶିବୁ ସୋରେନ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି । ବର୍ତ୍ତମାନ ତାଙ୍କ ପୁଅ ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଶିବୁ ସୋରେନଙ୍କୁ ‘ଗୁରୁଜୀ’ ନାମରେ ମଧ୍ୟ ଜଣାଯାଏ ।