ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ କୁଦୋପାଲିର ଅକୁହା କାହାଣୀ ନୂଆପିଢି ପାଖରେ ପହଞ୍ଚିବ
ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପିଏମ୍ ଯୁବା ୨.୦ ଯୋଜନାରେ ୪୧ଟି ନୂଆ ପୁସ୍ତକ ଉନ୍ମୋଚିତ
ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଶ୍ରୀ ମାଧବଙ୍କ କୃତିର ମାଲାୟାଲମ ଅନୁବାଦ ଉନ୍ମୋଚନ କଲେ ଧର୍ମେନ୍ଦ୍ର ପ୍ରଧାନଯୁବ ଲେଖକଙ୍କ ଲେଖା ଓ ସୃଜନଶୀଳତା ଆମ ସାହିତ୍ୟକୁ ସମୃଦ୍ଧ କରିବା ସହ ବୌଦ୍ଧିକ ଆଲୋଚନାକୁ ଏକ ନୂଆ ଦିଗ ଦେବ ବିଶ୍ୱ ପୁସ୍ତକ ମେଳା-୨୦୨୫ରେ ଆୟୋଜିତ ପ୍ରଦର୍ଶନୀ ହଲ୍ ପରିଦର୍ଶନ କରିବା ସହ ଏନବିଟିକୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା-୨୦୨୫ରେ ପିଏମ୍ ଯୁବା ୨.୦ ଯୋଜନାରେ ୪୧ଟି ନୂଆ ପୁସ୍ତକ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପୁସ୍ତକ ହୋଇଥିବା ପୁସ୍ତକର ୪୧ ଜଣ ଯୁବ ଲେଖକଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ରଚନା ଓ ସୃଜନଶୀଳତା ସାହିତ୍ୟ ଦୃଶ୍ୟପଟ୍ଟକୁ ସମୃଦ୍ଧ କରିବା ସହ ବୌଦ୍ଧିକ ଆଲୋଚନାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି କହିଥିଲେ ।
ଶ୍ରୀ ପ୍ରଧାନ ଏହି ସର୍ବବୃହତ ପୁସ୍ତକ ମେଳାରେ ‘ଦି ସାଗା ଅଫ୍ କୁଦୋପାଲି : ଦ ଅନସଙ୍ଗ୍ ଷ୍ଟୋରି ଅଫ୍ ୧୮୫୭”ର ହିନ୍ଦୀ ସଂସ୍କରଣ ଉନ୍ମୋଚନ କରିଥିଲେ । ଏ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋର ରୁଚି ସମ୍ବନ୍ଧୀୟ ସମ୍ବଲପୁର କୁଦୋପାଲି ଉପରେ ଲିଖିତ ଇତିହାସ ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ ହେବା ଖୁସିର ବିଷୟ । ଏହା ପୂର୍ବରୁ ପୁସ୍ତକର ଓଡ଼ିଆ ଏବଂ ଇଂରାଜୀ ସଂସ୍କରଣ ଉନ୍ମୋଚିତ ହୋଇସାରିଛି । ୧୮୫୭ ମସିହା ଡିସେମ୍ବର ୩୦ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶ ମାନଙ୍କ ସହ ଅଦମ୍ୟ ସାହସର ସହ ଲଢି ୫୩ ସହଯୋଗୀ ସଂଗ୍ରାମୀ ଶହୀଦ ହୋଇଥିଲେ ଓ ପରେ ୪ ଜଣଙ୍କୁ ଦଣ୍ଡାଦେଶ ଦିଆଯାଇଥିଲା । ଏହା ଉପରେ ହିନ୍ଦୀ ଭାଷାରେ ପୁସ୍ତକ ଉନ୍ମୋଚିତ ହେବା ଦ୍ୱାରା କୁଦୋପାଲିର ଅକୁହା ଓ ଅଛପା କାହାଣୀ ଅଧିକରୁ ଅଧିକ ନୂଆପିଢି ପାଖରେ ପହଞ୍ଚିବ । ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇତିହାସ ପୃଷ୍ଠାରେ ଅନାଲୋଚିତ ସଂଗ୍ରାମୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ଖୁବଶୀଘ୍ର ଏହି ପୁସ୍ତକ ୧୨ଟି ଭାରତୀୟ ଏବଂ ଦୁଇଟି ବିଦେଶୀ ଭାଷାରେ ଉପଲବ୍ଧ ହେବ ବୋଲି ସେ କହିଥିଲେ ।ପିଏମ ଯୁବା ଯୋଜନାର ପରିକଳ୍ପନା ଏବଂ ଏହାକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିବା ଉପରେ ଆଲୋକପାତ କରିଥିବାରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସାରା ଦେଶରେ ଜାତୀୟ ଶିକ୍ଷା ନୀତି ଦ୍ୱାରା ଭାରତୀୟ ଭାଷାରେ ପୁସ୍ତକକୁ ପ୍ରୋତ୍ସାହିତ କରିବା ଏକ ଜାତୀୟ ଲକ୍ଷ୍ୟ ଅଟେ । ପ୍ରଧାନମନ୍ତ୍ରୀ ଯୁବା ଯୋଜନା ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନିକଟରେ ଚଳିତବର୍ଷ ବଜେଟରେ ଘୋଷଣା କରାଯାଇଥିବା ‘ଭାରତୀୟ ଭାଷା ପୁସ୍ତକ ଯୋଜନା’ ଏହି ଜାତୀୟ ପ୍ରୟାସକୁ ତ୍ୱରାନ୍ୱିତ କରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ପୁସ୍ତକ ଓ ସାହିତ୍ୟକୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବାରେ ଜାତୀୟ ପୁସ୍ତକ ଟ୍ରଷ୍ଟ (ଏନବିଟି)ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେ ଭାରତର ସମୃଦ୍ଧ ସାହିତ୍ୟ ଐତିହ୍ୟ ଓ ଭାଷାଗତ ପରମ୍ପରାକୁ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଷୟିକ ଜ୍ଞାନକୌଶଳକୁ ଆପଣାଇବା ଏବଂ ଘରୋଇ ଓ ଅନ୍ତର୍ଜାତୀୟ ପ୍ରକାଶକଙ୍କ ସହ ସହଯୋଗ କରିବାକୁ ଅନୁଷ୍ଠାନକୁ ଅନୁରୋଧ କରିଥିଲେ ।ଏହି ଅବସରରେ ଶ୍ରୀ ପ୍ରଧାନ ଚତୁର୍ଦ୍ଦଶ ଶତାବ୍ଦୀର ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଶ୍ରୀ ମାଧବଙ୍କ କୃତିର ମାଲାୟାଲମ ଅନୁବାଦ ମଧ୍ୟ ଉନ୍ମୋଚନ କରିଥିଲେ । ଏହାବ୍ୟତୀତ ବିଶ୍ୱ ପୁସ୍ତକ ମେଳା-୨୦୨୫ରେ ଆୟୋଜିତ ପ୍ରଦର୍ଶନୀ ହଲ୍ ପରିଦର୍ଶନ କରିବା ସହ ବିଶ୍ୱର ଅନ୍ୟତମ ବୃହତ୍ତମ ପୁସ୍ତକ ମେଳା ଆୟୋଜନ କରିଥିବାରୁ ଏନବିଟିକୁ ଅଭିନନ୍ଦନ ଜଣାଇଥିଲେ । ଏହାକୁ ସାହିତ୍ୟ, ଭାଷା, ଜ୍ଞାନ, ଲୋକ ଓ ସଂସ୍କୃତିର “ଜ୍ଞାନ-କୁମ୍ଭ” ବୋଲି ଅଭିହିତ କରି ସେ ମେଳାକୁ ପାଠକଙ୍କ ସ୍ୱର୍ଗ ବୋଲି ବର୍ଣ୍ଣନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ତ୍ରିପୁରା ରାଜ୍ୟପାଳ ଇନ୍ଦ୍ରସେନା ରେଡ୍ଡୀ ନାଲ୍ଲୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥି