ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ । ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାପା ମା ଓ ପାଞ୍ଚ ବର୍ଷର ପୁଅ ବାଇକରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦୁର୍ଘଟଣାରେ ବାପା-ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ବାମୀ ଓ ପୁଅକୁ ହରାଇ ମାଆ ପାଗେଳି ପ୍ରାୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।