ଆସନ୍ତା କାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ଏହା ପୂର୍ବରୁ ମହା ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ଟିମ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ୱାସିଂଟନ ସୁନ୍ଦର |
ଟିମ ଇଣ୍ଡିଆ ଓ ଇଂଲଣ୍ଡ କ୍ରିକେଟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କରାଯାଇଥିଲା ଭବ୍ୟ ସ୍ୱାଗତ |
ଭୁବନେଶ୍ୱର ପହଞ୍ଚିବା ପରେ ହୋଟେଲ ଅଭିମୁଖେ ବାହାରିଥିଲେ ୨ ଟି ଟିମର ଖେଳାଳି | ୨ ଟି ବସରେ ହୋଟେଲରେ ପହଞ୍ଚିଥିଲେ ଭାରତ ଓ ଇଂଲଣ୍ଡ ଟିମର ଖେଳାଳି |
ସେମାନଙ୍କୁ ଦେଖିବା ପାଇଁ ଅନେକ ଲୋକଙ୍କ ବିଦା ଦେଖିବା ପାଇଁ ମିଳିଥିଲା | କେବଳ ବିମାନ ବନ୍ଦର ନୁହେଁ ହୋଟେଲ ବାହାରେ ମଧ୍ୟ ବହୁ କ୍ରିକେଟ ଫ୍ୟାନ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ |