ମାଟ୍ରିକ ପରୀକ୍ଷା ପୂର୍ବରୁ ଗୁରୁବାର ବୋର୍ଡ଼ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି | ଫେବୃୟାରୀ ୨୧ ରୁ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା | ଏ ନେଇ ବିଏସିର ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି |
ପ୍ରତି ଜିଲ୍ଲାରେ ରହିବ ଗୋଟିଏ ଗୋଟିଏ ନୋଡାଲ ସେଣ୍ଟର | ୧୨ ତାରିଖରୁ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର | ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର | ଏଥର ପରୀକ୍ଷା ଦେବେ ମୋଟ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ |
୩୦ ଜିଲ୍ଲାରେ ୩୧୩୩ ପରୀକ୍ଷା କେନ୍ଦ୍ର ସହ ୩୧୪ ଟି ନୋଡାଲ ସେଣ୍ଟର ବ୍ୟବସ୍ଥା କରାଯାଇଛି | ସବୁ ସେଣ୍ଟରରେ ଲାଇଟ ବ୍ୟବସ୍ଥା କରାଯିବ | ୩୧୪ ଟି ନୋଡାଲ ସେଣ୍ଟରରେ ରହିବ ପ୍ରଶ୍ନପତ୍ର | ଏହା ସହ ୪ ଟି ସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ସହ ମୋଟ ୧୭୨ ଟି ସ୍କ୍ୱାର୍ଡ ରହିବେ |