ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜଳ ବିଭିଜିକା ପ୍ରକଳ୍ପ ନିର୍ଦେଶକ ସାନ୍ତୁନୁ କୁମାର ମହାପାତ୍ର। ମାଲକାନଗିରି ଜଳ ବିଭିଜିକା ପ୍ରକଳ୍ପ ନିର୍ଦେଶକଙ୍କ ଜୟପୁର ଓ ମାଲକାନଗିରି ସ୍ଥିତ ବାସଭବନ ରେ ଭିଜିଲାନ୍ସ ରେଡ ହୋଇଥିବା ଜଣାପଡିଛି। ଭିଜିଲାନ୍ସ ବିଭାଗର ତିନୋଟି ଟିମ ଏକକାଳୀନ ଚଢ଼ାଉ କରିଛନ୍ତି । ମହାପାତ୍ରଙ୍କ ଭୁବନେଶ୍ୱରର ଏକ ବାସଭବନ ରେ ମଧ୍ୟ ରେଡ ହୋଇଥିବା ସୂଚନା ରହିଛି। ମହାପାତ୍ରଙ୍କ ମୋଟ ୮ଟି ସ୍ଥାନରେ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଦେଢ଼ କୋଟି ରୁ ଉର୍ଦ୍ଧ ଆୟବହିର୍ଭୁତ ସମ୍ପତି ଠାବ କରାଯାଇଛି। ଜୟପୁର ପାୱାର ହାଉସ କଲୋନୀ ରେ ଥିବା ବାସ ଭବନରୁ ଜବତ ହୋଇଥିବା ଟଙ୍କାର ଗଣତି ପରେ ସମ୍ପୂର୍ଣ୍ଣ ଟଙ୍କାର ହିସାବ ଜଣା ପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ଚଢାଉ ଟିମ୍ ରେ ନବରଙ୍ଗପୁର,କୋରାପୁଟ ଓ ମାଲକାନଗିରି ର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢ଼ାଉ କରୁଛନ୍ତି ।