କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ, ଲୋକକଳାର ପୁନର୍ଜୀବିତ କରିବା ଉଦ୍ଦେଶ୍ୟ ନେଇ ନୂଆପଡ଼ା ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ ଠାରେ ଅନୁଷ୍ଠିତ ଖଡ଼ିଆଳ ମହୋତ୍ସବ ତୃତୀୟ ସଂନ୍ଧ୍ୟାରେ ପହଂଚିଛି । ମହୋତ୍ସବ ତୃତୀୟ ଦିନର ସମାରୋହରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ମୁଖ୍ୟ ବକ୍ତା ଭାବେ କୂଳ ସଚିବ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡ. ନୃପରାଜ ସାହୁ , ସମ୍ମାନିତ ଅତିଥି ଭାବେ ବିଧାୟକ କଣ୍ଟାବାଞ୍ଜି ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ନୂଆପଡା ମଧୁସୂଦନ ଦାସ, ଅଧକ୍ଷା ପଂଚାୟତ ସମିତି ଖଡ଼ିଆଳ ପୁଷ୍ପାଞ୍ଜଳି ନନ୍ଦ ଯୋଗଦାନ କରିଥିଲେ । ଉପ ସଭାପତି ଶୁଶାନ୍ତ କୁମାର ତାଣ୍ଡି ଅଧ୍ୟକ୍ଷତା କରିଥିବା ବେଳେ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ ସାମାଜିକ କର୍ମକର୍ତ୍ତା ପୃଥ୍ୱୀରାଜ ମହାନ୍ତି ଧନ୍ୟବାଦ ଅର୍ପଣ ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଡ଼ିଆଳ ଛାତ୍ରଛାତ୍ରୀ ମାନେ ପରିବେଷଣ କରିଥିଲେ । ସୂଚନା ଥାଉକି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପରିସରରେ ଲୋକ ହସ୍ତକଳା ଉପରେ ଆଲୋଚନା ଚକ୍ର,ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ହାଇସ୍କୁଲ ପଡିଆ ପରିସରରେ ଚିତ୍ରକଳା ପ୍ରତିଯୋଗିତା,ଅପରାହ୍ଣ ୪ ଘଣ୍ଟା ସମୟରେ ମଟକା ଫୋଡ, ଅପରାହ୍ନ ୪ ଘଣ୍ଟା ରୁ 6.୩୦ ଘଣ୍ଟା ମଧ୍ୟରେ ଦଳଗତ ନୃତ୍ୟ ,ଅପରାହ୍ନ ୪ “ଘଣ୍ଟା ରୁ ୭ ଘଣ୍ଟା ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ହାଇସ୍କୁଲ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା ।ତୃତୀୟ ସଂନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ନବୋଦୟ ବିଦ୍ୟାଳୟ ତରବୋଡ, ଆମାନାରା ଡାନ୍ସ ଗ୍ରୁପ ତରଫରୁ ରାଧାକୃଷ୍ଣ ମିଳନ ଓ ହ୍ୟୁମେନ ସାଗରଙ୍କ ତରଫରୁ ଆର୍କେଷ୍ଟା ପରିବେଶ କରାଯାଇଥିଲା । ହ୍ୟୁମେନ ସାଗରଙ୍କ ଅର୍କେଷ୍ଟ୍ରା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ସେ ଓଡ଼ିଆ ଓ ହିନ୍ଦୀ ଗୀତ ଗାଇ ଲୋକଙ୍କ ମନ କିଣି ନେଇଥିଲେ।