ବେଙ୍ଗାଳୁରୁରେ ଗ୍ୟାସ୍ ଷ୍ଟୋଭ୍ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ । ଏପରି ଦୃଶ୍ୟ ଯାହା ଆପଣଙ୍କୁ ବି ଥରାଇ ଦେବ। ବିସ୍ଫୋରଣରେ ଉଡିଯାଉଛି ଘରର ଛାତ। ଜୀବନ ବିକଳରେ ଘରୁ ବାହାରି ଆସୁଛନ୍ତି ଲୋକ । କିଛି ଲୋକଙ୍କ ଶରୀର ପୋଡି ହୋଇଯାଇଛି । ଗ୍ୟାସ୍ ଷ୍ଟୋଭ୍ ବିସ୍ଫୋରଣରେ ଆହତ ହୋଇଥିବା ୫ ଜଣ ହେଉଛନ୍ତି ଓଡ଼ିଆ ।
ସୂଚନା ଅନୁସାରେ, ବ୍ରହ୍ମପୁର ନୂଆଗାଁ ଥାନା ଜେନାପୁର ଗାଁର ୫ ଜଣ ଯୁବକ ବେଙ୍ଗାଳୁରୁରେ କାମ କରିବାକୁ ଯାଇଥିଲେ । ସେଠାରେ ଗୋଟିଏ ସ୍ପେର ପାର୍ଟ କଂପାନୀରେ କାମ କରିଆସୁଥିଲେ । ଶ୍ରମିକମାନେ ନିଜର କାମ ଧନ୍ଦା ସାରି ରହୁଥିବା ଘରେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହୋଇ ଗ୍ୟାସ ଷ୍ଟୋବ ନିକଟରେ ଅଗ୍ନି ସଂଯୋଗ କରିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଚାଁହୁ ଚାଁହୁ ନିଆଁ ସାରା ରୁମରେ ବ୍ୟାପି ଯାଇଥିଲା । ନିଆଁ ଭୟରେ ୫ ଜଣ ରୁମରୁ ବାହାରିବାକୁ ଚେଷ୍ଟା କରୁକରୁ ମଧ୍ୟ ଗୁରୁତର ଭାବେ ପୋଡି ଯାଇଥିଲେ ଶ୍ରମିକ ମାନେ ହେଉଛନ୍ତି ସନ୍ତୋଷ ବେହେରା, ପବିତ୍ର ସେଠୀ, ରୁନା ସାହୁ, ବିପିନ ସେଠୀ, ସାରଥୀ ସେଠୀ । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକତ୍ସା ପାଇଁ ମେଡିକାଲ ପଠାଇଛନ୍ତି ।