ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଡକୁମେଣ୍ଟ ହୋଇଥିବା ବେଳେ ଉଭୟ ସରକାରୀ ଓ ଘରୋଇ କାର୍ୟ୍ୟ କ୍ଷେତ୍ରରେ ଏହାକୁ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ ୟୁନିକ ନମ୍ବର ରହିଥିବା ବେଳେ ସେଥିରେ ଆପଣଙ୍କର ନାମ, ଠିକଣା ଓ ଫିଙ୍ଗରପ୍ରିଣ୍ଟର ତଥ୍ୟ ସାମିଲ ରହିଥାଏ । ବିନା ଆଧାର କାର୍ଡରେ ଆପଣମାନେ କୌଣସି ସରକାରୀ ଯୋଜନାର ଫାଇଦା ଉଠାଇ ପାରିବେ ନାହିଁ । ଗ୍ୟାସ ସଂଯୋଗ ଠାରୁ ଆରମ୍ଭ କରି ସବସିଡି ପାଇବା ପର୍ୟ୍ୟନ୍ତ ସବୁଥିରେ ଆଧାର ଆବଶ୍ୟକ ହୋଇଥାଏ । ଏଥିସହିତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଆଧାର ଜରୁରୀ ହୋଇଥାଏ । ଏପରି ସ୍ଥିତିରେ ଯଦି ଆପଣଙ୍କର ଆଧାର କାର୍ଡ କୌଣସି ଖରାପ ବ୍ୟକ୍ତିଙ୍କ ପାଖକୁ ଚାଲିଯାଏ, ତେବେ ତା’ର ମିସ୍ ୟୁଜ୍ ହେବାର ସମ୍ଭାବନା ରହିଥାଏ । ତେବେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟେ, ତେବେ ତା’ପରେ ତାଙ୍କର ଆଧାର କାର୍ଡକୁ କ’ଣ କରାଯିବ, ଏନେଇ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ । ତେବେ ମୃତ୍ୟୁ ପରେ କ’ଣ ହୁଏ Aadhaar Card ? ପ୍ରତି ଭାରତୀୟଙ୍କ ପାଇଁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ପକ୍ଷରୁ ଆଧାର ଜାରି କରାଯାଇଥାଏ । ମାତ୍ର ଏହାକୁ ସରେଣ୍ଡର ବା ରଦ୍ଦ କରିବାର କୌଣସି ବ୍ୟବସ୍ଥା ନାହିଁ । ମାତ୍ର ଏହାର ସୁରକ୍ଷାକୁ ନେଇ କଡ଼ା ବ୍ୟବସ୍ଥା କରାଯାଇଛି, ଫଳରେ କେହି ଏହାର ମିସ୍ ୟୁଜ୍ କରିପାରିବେ ନାହିଁ । ଯଦି କୌଣସି ମୃତକଙ୍କ ଆଧାର କାର୍ଡ ତାଙ୍କର କୌଣସି ପରିଜନ ପାଖରେ ରଖନ୍ତି ତେବେ ସେ ନେଇ ସତର୍କ ରହିବା ଆବଶ୍ୟକ । ସେଥିପାଇଁ ଆପଣମାନେ ସର୍ବପ୍ରଥମେ UIDAIର ଅଫିସିଆଲ ୱେବସାଇଟ https://uidai.gov.in/ କୁ ଯାଆନ୍ତୁ । ଏଠାରେ ଆଧାର ଅପ୍ସନକୁ କ୍ଲିକ କରି My Aadhaar ସର୍ଭିସେସକୁ ଯାଇ ‘Lock/Unlock Biometrics’ ଅପ୍ସନକୁ କ୍ଲିକ କରନ୍ତୁ । ଏହାପରେ ନୂଆ ପେଜ୍ ଖୋଲିବା ପରେ ତାହାକୁ Log In କରିବା ପାଇଁ ୧୨ ଅଙ୍କର ଆଧାର ନମ୍ବର ଓ Captcha ଦେବାକୁ ପଡ଼ିବ । ପରେ Senf OTP ଉପରେ କ୍ଲିକ୍ କରିବେ । OTP ଦେବା ପରେ ଆପଣଙ୍କୁ ବାୟୋମେଟ୍ରିକ୍ସ ଡାଟାକୁ Lock/Unlock କରିବାର ବିକଳ୍ପ ଦେଖାଯିବ ।ଆପଣମାନେ ତାହାକୁ Lock/Unlock କରିବାର ଅପ୍ସନ ବାଛି ପାରିବେ ।